ଚରମସୀମାରେ ଝାରସୁଗୁଡ଼ା ବିଜେଡି କନ୍ଦଳ, ଦେଖନ୍ତୁ ଭିଡ଼ିଓ

0

ଚରମସୀମାରେ ଝାରସୁଗୁଡ଼ା ବିଜେଡି କନ୍ଦଳ, ଛିଣ୍ଡୁନି ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପଦ, ଅଳକା କ୍ୟାମ୍ପରୁ ନା ଦିପାଳି କ୍ୟାମ୍ପରୁ

ଅଳକା ଦିପାଳି ହେଲେଣି ଟଣାଓଟରା ।

ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଭାବେ କାହାକୁ ନିଯୁକ୍ତ କରାଯିବ ତାହା ସ୍ଥିର ହୋଇ ପାରୁନାହିଁ । ଏହି ସାଙ୍ଗଠନିକ ପଦବି ଲାଗି କନ୍ଦଳ ଲାଗି ରହିଛି । ଗୋଟିଏ ପଟେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଏବଂ ଅନ୍ୟ ପଟେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ପ୍ରାର୍ଥୀ ଏହି ପଦବି ପାଇଁ ଲବୀ କରୁଛନ୍ତି । କାହା କଥାକୁ ହାଇକମାଣ୍ଡ ସମ୍ମାନ ଦେବେ ତାହା ସ୍ଥିର ହୋଇ ପାରୁ ନ ଥିବାରୁ ଅଡ଼ୁଆ ଲାଗି ରହିଛି । ଜିଲ୍ଲା ସାଧାରଣ ସଂପାଦକ ପଦବି ଲାଗି ଦୁଇ ଜଣଙ୍କ ନାମ ଜିଲ୍ଲା ସ୍ତରରୁ ସୁପାରିଶ ହୋଇଥିବା ଚର୍ଚ୍ଚା ହେଉଛି ।

Leave a comment