ବର୍ଷାଙ୍କୁ ଅସମ୍ମାନ ଟିପ୍ପଣୀ; ଫେସବୁକକୁ ତଥ୍ୟ ମାଗିଲା ସାଇବର ଥାନା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ଷା ପ୍ରିୟଦର୍ଶିନୀଙ୍କୁ ଅସମ୍ମାନଜନକ ଟିପ୍ପଣୀ ଦେବା ପ୍ରସଙ୍ଗ। ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ। ସୋସିଆଲ ମିଡିଆରେ ଅସମ୍ମାନ ଜନକ ଟିପ୍ପଣୀ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ବର୍ଷା। ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା ନାଁରେ ଆକାଉଣ୍ଟ ଖୋଲି ବିଭିନ୍ନ ଟିପ୍ପଣୀ ଦିଆଯାଉଥିବା ଅଭିଯୋଗ କରିଥିଲେ। ସମ୍ପୃକ୍ତ ଆକାଉଣ୍ଟକୁ କିଏ ଅପରେଟ କରୁଛି ଜାଣିବାକୁ ତଥ୍ୟ ମାଗିଛି ପୋଲିସ।
ବର୍ଷା ଛାଡ଼ିବେ ଅନୁଭବଙ୍କ ପୈତୃକ ଘର। ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ। ଅଭିନେତ୍ରୀ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ। ତେବେ ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବାପା, ମା’ ଅସୁସ୍ଥ ଥିବାରୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷାଙ୍କ ରହଣି ପାଇଁ ବ୍ୟବସ୍ଥା କରିବେ ବୋଲି କୋର୍ଟଙ୍କୁ ଜଣାଇଥିଲେ। ତେବେ ଅନୁଭବ ମହାନ୍ତିଙ୍କ ପିଟିସନକୁ ଗ୍ରହଣ କରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।