କେନ୍ଦ୍ରାପଡାରେ ବଗ କୁ ନେଇ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ରେ ବର୍ତ୍ତମାନ ଲୋକ କହୁଛନ୍ତି ଏଠି ବଗ । ଆପଣମାନେ ଭାବୁଥିବେ ବଗ କଣ । ‘ବ’ ଅର୍ଥ ବୈଜୟନ୍ତ ଓ ‘ଗ’ ଅର୍ଥ ଗଣେଶ୍ୱର ବେହେରା । ଯାହାକି ବର୍ତ୍ତମାନ କଂଗ୍ରେସ କର୍ମୀଙ୍କୁ ଅଡୁଆରେ ପକାଇଛି । କରଣୀ ନାୟକଙ୍କ ଦବଦବା ଅଛି କେନ୍ଦ୍ରାପଡା ଟାଉନରେ କଂଗ୍ରେସ ଦଳୀୟ ସମର୍ଥକ ମାନେ ଏହା ଶୁଣି ଖାପ୍ପା ହେଲେଣି । ଧରଣୀ ନାୟକଙ୍କ ଭାଇ ଦୋଳଗୋବିନ୍ଦ ନାୟକଙ୍କ ଦୀର୍ଘ ଦିନଧରି କିଛି କଂଗ୍ରେସ ସଙ୍ଗଠନ ଅଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ କିଛି ଶଶୀ ଭୂଷଣ ବେହେରା ସାଙ୍ଗରେ ଓ ଅନ୍ୟକିଛି ବୈଜୟନ୍ତଙ୍କ ସାଙ୍ଗରେ ହାତ ମିଳାଇଲେଣି ।

ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ, ବୈଜୟନ୍ତ କିଛି କେନ୍ଦ୍ରାପଡା କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହା ବଦଳରେ ବୈଜୟନ୍ତ ଏକ ଭିତରୀ ବୁଝାମଣା କରିଛନ୍ତି କି ତୁମେ ତୁମର ବିଧାୟକ ଭୋଟ ନିଅ ମାତ୍ର ଏମ.ପି ଭୋଟ ମତେଦିଅ । ବୈଜୟନ୍ତଙ୍କ କଂଗ୍ରେସ ବିଧାୟକଙ୍କୁ ସହଯୋଗ କରିବା କଥା ବିଜେପି ବିଧାୟକ ପ୍ରାର୍ଥୀଙ୍କ କାନରେ ପଡ଼ିଲାଣି ସେମାନେ ବୈଜୟନ୍ତଙ୍କୁ ବିରୋଧ କରିବା ଆରମ୍ଭ କଲେଣି । ସେମାନେ ମଧ୍ୟ ନିଜ ସମର୍ଥକଙ୍କୁ ବୈଜୟନ୍ତଙ୍କୁ ଭୋଟ ଦେବାରୁ ବାରଣ କରିବାକୁ ନିଷ୍ପତ୍ତି ନେଲେଣି । ସେହିପରି କେନ୍ଦ୍ରାପଡାରେ ୮୫ ହଜାରରୁ ଲକ୍ଷେ ମୁସଲିମ ଭୋଟର । ସେମାନେ ଏମ.ପି ପାଇଁ ବିଜେପିକୁ ଭୋଟ ଦେବାକୁ ନାରାଜ । ମାତ୍ର ବିଜେପି ବିଧାୟକମାନେ ମୁସଲିମ ଭୋଟରକୁ ମନାଇବାରେ ବ୍ୟସ୍ତ ଯେ ତୁମେ ଏମ.ପି ଭୋଟ ବିଜେପିକୁ ନଦେଲେ ନାହିଁ ମାତ୍ର ବିଧାୟକ ଭୋଟ ଆମକୁ ଦିଅ । ତେଣୁ ଗୋଟିଏ ଶଙ୍ଖ ଗୋଟିଏ ପଦ୍ମ ନାରା କେନ୍ଦ୍ରାପଡାରେ ବଦଳିବା ଆରମ୍ଭ ହେଲାଣି । ଯେପରି କଥାରେ ଅଛି ‘ଆପେ ବଞ୍ଚିଲେ ବାପାର ନାଁ’ ପରି ଏବେ କେନ୍ଦ୍ରାପଡ଼ାର ପରିସ୍ଥିତି । ଦେଖିବାକୁ ବାକିରହିଲା କେନ୍ଦ୍ରାପଡ଼ାର ଗୋଳିଆ ରାଜନୀତି କେଉଁ ନୂଆରୁପ ନେଉଛି ।

Leave a comment