ବେକାରୀ ସମସ୍ୟାକୁ ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା, ଏହାକୁ ନେଇ ଉତ୍ତର ରଖିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

0

ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଆଜି ଗୃହରେ କଂଗ୍ରେସ ତରଫରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବରୋଧୀ କଂଗ୍ରେସ ଏବଂ ବିଜେପି ।

ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାବାହିନୀ ପତି କହିଥିଲେ ଯେ ବେକାରୀ ସମସ୍ୟା ଯୋଗୁଁ ଯୁବକ-ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି ।

ମୋଟ ସରକାରୀ ପଦବୀର ୨୨.୫ ପ୍ରତିଶତ ପଦବୀ ଖାଲି ପଡ଼ିଛି । ୨୦୧୪ ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ କହିଥିଲା ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ଚାକିରୀ ଦେଵ।ବର୍ଷକୁ ଦୁଇ ଲକ୍ଷ ନିଯୁକ୍ତି ଦେବାକୁ କହିଥିଲା ବେଳେ କୁଆଡେ ଗଲା ଚାକିରୀ ବୋଲି ପ୍ରଶ୍ନ କରିଛନ୍ତି ତାରା। ଶିକ୍ଷକ ନିଯୁକ୍ତି ହେଉନାହିଁ । ନିଯୁକ୍ତି କ୍ଷେତ୍ରରେ ଯୁବବର୍ଗଙ୍କୁ ନିରୁତ୍ସାହ କରିଛନ୍ତି ସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲାଯାଉଛି ।

ଏହି ପ୍ରସଙ୍ଗରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖି କହିଛନ୍ତି ଯେ ଓଡ଼ିଶାରେ ଯୁବ କ ଯୁବତୀ ମାନଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ତାଲିମ କାର୍ଯ୍ୟକ୍ରମ ଚାଲୁ ରହିଛି । ୨୦୧୧-୧୨ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୧ ଲକ୍ଷ ୫୬୪ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୨୭୬୧୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୮୨ ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୨୦୦୮-୦୯ ରୁ ୨୧,୨୨ ବର୍ଷ ଭିତରେ ୩୦ ଟି ଜିଲ୍ଲାରେ ୨୯୬ ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି ।

Leave a comment