ଜାପାନ ଜାହାଜରେ କରେନା ସଂକ୍ରମିତ ଦୁଇଜଣଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାପାନର ଜାହାଜ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ କରେନା ସଂକ୍ରମିତ ହୋଇଥିବା 2 ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାପାନ କ୍ରୁଜରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ହୋଇଥିବା ବେଳେ ଜଣେ ପୁରୁଷ ଅଛନ୍ତି। ଏମାନଙ୍କ ବୟସ 80 ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବା ବେଳେ ଏବେ ସୁଦ୍ଧା ଏହି ଜାହାଜରେ ଥିବା ପାଖାପାଖି 6 ଶହ ଜଣ କରୋନା ଭାଇରସ୍ରେ ସଂକ୍ରମିତ ହୋଇ ସାରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଡାଇମଣ୍ଡ ପ୍ରିନସେସ୍ରେ ମୋଟ 3711 ଜଣ ଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି 138 ଜଣ ଭାରତୀୟ। ଏହି ଭାରତୀୟଙ୍କ ମଧ୍ୟରୁ 6 ଜଣ ଏବେସୁଦ୍ଧା କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଥିବା ସୂଚନା ମିଳିଛି।