ଦିଲ୍ଲୀପ କେନ୍ଦ୍ରାପଡାରୁ ଲଢ଼ିବାକୁ ନାରାଜ!

0

ଳଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀପଙ୍କ ବିଜେଡି ସହ ଛିଣ୍ଡୁନି ମୂଲଚାଲ । ବିଜେଡି ଦିଲ୍ଲୀପଙ୍କୁ କେନ୍ଦ୍ରାପଡା ଅଫର କରୁଥିବା ବେଳେ ଦିଲ୍ଲୀପ କିନ୍ତୁ ନାରାଜ ।

ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ତରଫରୁ ଦିଲ୍ଲୀପଙ୍କୁ ବୈଜୟନ୍ତ ଙ୍କ ବିପକ୍ଷରେ କେନ୍ଦ୍ରାପଡାରେ ଲଢ଼ିବାକୁ ଅଫର ଦିଆଯାଇଥିଲା । ମାତ୍ର ଦିଲ୍ଲୀପ ରିସ୍କ ଥିବା ସ୍ଥାନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ତେଣୁ ଦିଲ୍ଲୀପ ଗତ ଶନିବାର ସନ୍ଧ୍ୟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଯାଇଥିଲେ ମଧ୍ୟ ନିଷ୍ପତ୍ତି ନେଇ ପାରୁନାହାନ୍ତି । ବିଜେଡି ପକ୍ଷରୁ ତାଙ୍କୁ କେନ୍ଦ୍ରାପଡା ସିଟ ଯଚାଯିବା ସହ ଗତ ରବିବାର ବିଜେଡିରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା । ମାତ୍ର ଦିଲ୍ଲୀପ ସୋମବାର ବିଜେଡିରେ ଯୋଗଦେବେ ବୋଲି କହିଥିଲେ । କିନ୍ତୁ ଦିଲ୍ଲୀପ କିପରି ବିଜେଡ଼ି ରେ ଯୋଗାନଦେବେ ସେଥିପାଇଁ ବିଜେପି ଫୁଲଦମ ଲଗାଇଛି । ଦିଲ୍ଲୀପ ଓ ବିଜୟଙ୍କୁ ମନାଇ ଦଳକୁ ଫେରାଇ ଆଣିବାକୁ ଚଳାଇଛି ଚେଷ୍ଟା । ତେଣୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଛି ଦିଲ୍ଲୀପଙ୍କର ।

ସେହିପରି ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀପ ବିଜେଡିରେ ଯୋଗଦେବା ଆଶା ଖୁବ କ୍ଷୀଣ । ସେ ପୁଣିଥରେ ବିଜେପିରେ ଯୋଗଦେବା ସମ୍ଭାବନା ଅଧିକ ରହିଥିବା ଜଣାପଡିଛି ।

Leave a comment

You cannot copy content of this page