ଜାଣିଛନ୍ତି କି ଗୋଡ ତଳେ ତକିଆ ଦେଇ ଶୋଇଲେ ମିଳିଥାଏ ଏହିସବୁ ଫାଇଦା

0

ତକିଆକୁ ଆମେ ଶୋଇବା ବେଳେ ମୁଣ୍ଡ ତଳେ ଦେଇ ଶୋଇଥାଉ। ପତଳା ତକିଆ ମୁଣ୍ଡ ତଳେ ଶୋଇବା ଦ୍ୱାରା ଆରାମ ଲାଗିଥାଏ। ତକିଆକୁ ମଧ୍ୟ କିଛି ଲୋକ ଗୋଡ ତଳେ ଦେଇ ଶୁଅନ୍ତି। ଗୋଡ ବିନ୍ଧା କିମ୍ବା ଦରଜ ଥିଲେ ଅନେକ ଲୋକ ଗୋଡ ତଳେ ତକିଆ ଦେଇ ଶୋଇଥାନ୍ତି। ଗର୍ଭବତୀ ମହିଳା ନିଜ ଗୋଡ ତଳେ ତକିଆ ଦେଇ ଶୋଇଥାନ୍ତି। ଯାହାର ଅନେକ ଫାଇଦା ରହିଥାଏ। କେବଳ ଗର୍ଭବତୀ ମହିଳା ନୁହେଁ ଗୋଡ ତଳେ ତକିଆ ଦେଇ ଶୋଇବା ଦ୍ୱାରା ପ୍ରତ୍ୟେକ ଲୋକଙ୍କୁ ଫାଇଦା ଦେଇଥାଏ।

ଗୋଡ ତଳେ ତକିଆ ରଖି ଶୋଇଲେ କ’ଣ ମିଳେ ଲାଭ :

-ଗର୍ଭବତୀ ମହିଳା ଗୋଡ ତଳେ ତକିଆ ଦେଇ ଶୋଇବା ଦ୍ୱାରା ଶରୀର ଉପରେ ଓଜନ ଭାର ପଡିନଥାଏ। ଶରୀରର ଓଜନ ଦୁଇ ଭାଗରେ ବାଣ୍ଟି ହୋଇଯାଏ। ଏହାଦ୍ୱାରା ପାଦ ଫୁଲିବା ସମସ୍ୟା କମ୍‌ ହୋଇଥାଏ। ଶରୀରର ଓଜନ ନ ପଡିବା ଯୋଗୁଁ ଅଣ୍ଟା ଯନ୍ତ୍ରଣା ମଧ୍ୟ କମ୍‌ ହୁଏ। ଏହି ଫାଇଦା କେବଳ ଗର୍ଭବତୀ ମହିଳାଙ୍କୁ ନୁହେଁ ଅନ୍ୟ ଲୋକଙ୍କୁ ମଧ୍ୟ ମିଳିଥାଏ।

-ଗୋଡ ତଳେ ତକିଆ ଦେଇ ଶୋଇବା ଦ୍ୱାରା ସାଇଟିକା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଶୋଇବା ସମୟରେ ପାଦ ତଳେ ରହିଥାଏ। ଏହାଯୋଗୁଁ ସାଇଟିକା ଯନ୍ତ୍ରଣା ଆରମ୍ଭ ହୁଏ। ଏହାଛଡା ଗୋଡ ତଳେ ତକିଆ ଦେଇ ଶୋଇଲେ ମେରୁଦଣ୍ଡ ଉପରେ କମ୍‌ ପ୍ରଭାବ ପଡେ । ତେଣୁ ଡିସ୍କ ପେନରୁ ଲାଭ ମିଳିଥାଏ।

-ପାଦରେ ରକ୍ତ ସଂଚାଳନ ସଠିକ୍‌ ଭାବ ନ ହେଲେ ଖୁବ୍‌ ଜୋରରେ ଦରଜ ହୋଇ ଜଳାପୋଡା ହୋଇଥାଏ। ତେଣୁ ପାଦ ତଳେ ତକିଆ ଦେଇ ଶୋଇବା ଦ୍ୱାରା ଏପରି ସମସ୍ୟାରୁ ମୁକ୍ତି ମିଳେ।

Leave a comment