ଜାଣିଛନ୍ତି କି ସମସ୍ତଙ୍କର ପ୍ରିୟ ଗୁପଚୁପରେ ରହିଛି ଏଭଳି ଲାଭଦାୟକ ଫାଇଦା

0

ଗୁପଚୁପ ଏହି ଜିନିଷ ଟି ପ୍ରାୟ ସମସ୍ତ ଙ୍କର ଅତି ପ୍ରିୟ ଖାଦ୍ୟ ଭାବରେ ଜଣାଶୁଣା l ଗାଁ ଗହଳି ଠାରୁ ଯେ କୌଣସି ସ୍ଥାନ ଆମେ ଦେଖିବା ଯଦି ଗୋଟିଏ ଗୁପଚୁପ ଗାଡି ଠିଆ ହୋଇଛି କେଉଁଠି ତ ତା ନିକଟରେ ସଭିଙ୍କ ଭିଡ଼ l ଆଜି ପର୍ଯ୍ୟନ୍ତ ଆମେ ସମସ୍ତଙ୍କର ଧାରଣା ରହିଥିଲା ଯେ ଗୁପଚୁପ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ l କିନ୍ତୁ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଗୁପଚୁପ ମଧ୍ୟ ଦୂର କରିଥାଏ ଅନେକ ଶାରୀରିକ ସମସ୍ୟା l କିନ୍ତୁ ଏହା ସ୍ୱାସ୍ଥ୍ୟକର ପରିବେଶ ରେ ପ୍ରସ୍ତୁତ ହେବା ସହିତ ସଫା ସୁତୁରା ସ୍ଥାନରେ ପରିବେଷଣ କରାଯାଉଥିବା ଉଚିତ l ଗୁପଚୁପ ପାଣି ହେଲା ସବୁଠୁ ଗୁରୁତ୍ୱପୂର୍ଣ , ଏହାକୁ ସର୍ବଦା ସଫା ପାଣିରେ ଅଦା, ପୁଦିନା, ଧନିଆ ପତ୍ର ସହିତ ଖଟା ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରିବା ଉଚିତ l ଏହାଛଡା ଅନେକ ଗୁଡିଏ ପୁଷ୍ଟିକର ଜିନିଷ ରେ ଗୁପଚୁପ ର ପ୍ରସ୍ତୁତି ହୋଇଥାଏ , ଅଟା , ସୁଜି, ଆଳୁ, ସିଝା ମଟର , କଞ୍ଚାଲଙ୍କା, ଆମଚୁର ପାଉଡର ଇତ୍ୟାଦି l

ଆଜି ଆସନ୍ତୁ ଜାଣିବା ଗୁପଚୁପ ଖାଇବାର ଲାଭ ବିଷୟରେ –

– ହେଲଦି ଡାଇଜେସନ – ଗୁପଚୁପ ଗହମ ଅଟା , ସୁଜି, ବୁଟ, ମଟର ଓ ଆଳୁ ଆଦିରେ ପ୍ରସ୍ତୁତ ହୋଇଥିବା କାରଣରୁ କାର୍ବୋହାଇଡ୍ରେଟ ଓ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ l ତେଣୁ ଏହାକୁ ଖାଇବା ଦ୍ୱାରା ଶରୀର କୁ ଭରପୁର ଫାଇବର ମିଳିଥାଏ, ଯାହାକି ଡାଇଜେସନ ସିଷ୍ଟମ ରେ ସୁଧାର ଆଣିଥାଏ l

– ଓଜନ ହ୍ରାସ – ଆପଣ ଜାଣିଲେ ଏହା ଆଶ୍ଚର୍ଯ୍ୟ ହୋଇ ପାରନ୍ତି କିନ୍ତୁ ଆପଣ ଗୁପଚୁପ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ l କାହିଁକି ନା ଗୁପଚୁପ ରେ ଦିଆଯାଉ ଥିବା ଅଧିକାଂଶ ଜିନିଷ ସିଝା ଅଟେ ଓ ସେଥିରେ ପାଣି ମଧ୍ୟ ରହିଥାଏ l ଏହି କାରଣରୁ ଏଥିରେ କ୍ୟାଲୋରୀ ଖୁବ କମ ମାତ୍ରାରେ ରହିଥାଏ ଯେଉଁ କାରଣରୁ ଓଜନ ହ୍ରାସ ହୋଇଥାଏ l

– ଏସିଡ଼ିଟି ଦୂର କରେ – ଏସିଡ଼ିଟି ସମସ୍ୟା ଦୂର କରିବା ପାଇଁ ଡାକ୍ତର ଥଣ୍ଡା ପାଣି ସେବନ କରିବାକୁ କହି ଥାଆନ୍ତି l ଯେପରିକି ଜଳଜିରା l ଜଳଜିରା ପାଣି ଗୁପଚୁପ ରେ ଖୁବ ଆବଶ୍ୟକ l କାହିଁକି ନା ଏହାବିନା ଗୁପଚୁପ ର ସ୍ୱାଦ ଅଧୁରା ଲାଗିଥାଏ l ତେଣୁ ଏହି ପାଣି ପେଟ ପାଇଁ ଖୁବ ହିତକର ବୋଲି କୁହାଯାଇ ଥାଏ l

– ବ୍ଲଡ଼ ସୁଗାର ମ୍ୟାନେଜ କରିଥାଏ – କମ କାର୍ବ ଯୁକ୍ତ ଜିନିଷ ହୋଇଥିବା କାରଣରୁ ଗୁପଚୁପ ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର l ତଥାପି ଏଥିପାଇଁ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l

Leave a comment