ମମିତା କେସ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ତିନିଟି ନିର୍ଦ୍ଦିୃଷ୍ଟ ଗଣମାଧ୍ୟମ ମୋର ଚରିତ୍ର ସଂହାର କରିଛନ୍ତି । ସେମାନଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛି । ରାଜନୀତି ପାଇଁ ମନଗଢ଼ା କାହାଣୀ ଦେଖାଇଛନ୍ତି । ବଦନାମ୍ କରିବାକୁ ଅଭିଯାନ ଚଳାଇଛନ୍ତି । ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ । ପରେ ଅପରାଧ ଘଟିଲେ ମୁଁ କେମିତି ଦାୟୀ ?
ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ । ନିର୍ଦ୍ଦିଷ୍ଟ ମିଡିଆକୁ ମନ୍ତ୍ରୀ ଚ୍ୟାଲେଞ୍ଜ ଦେଇଛନ୍ତି । ଅପରାଧକୁ ବ୍ୟକ୍ତିଗତ ଏଜେଣ୍ଡା ନକରି ନୈତିକତାର ସାମ୍ବାଦିକତା କରିବାକୁ ଅନୁରୋଧ କରିଛନ୍ତି ଦିବ୍ୟଶଙ୍କର । ଲୋକଙ୍କ ସେବା ପାଇଁ ରାଜନୀତିରେ ଯୋଗ ଦେଇଛି । କଳାହାଣ୍ଡିବାସୀଙ୍କର ମୋ ଉପରେ ଗଭୀର ବିଶ୍ୱାସ ରହିଛି । ଅପରାଧ ସହିତ କୌଣସି ସମ୍ପର୍କ ନଥିବା କହିଛନ୍ତି ମନ୍ତ୍ରୀ ।