ରାଜ୍ୟରେ ଅରାଜକତା ଚଳାଇଛନ୍ତି ପ୍ରଶାସନିକ ଅଧିକାରୀ: ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବୁଥ୍‌ଗୁଡ଼ିକରେ ଲୁଟ୍‌ ଓ ଅରାଜକତା ପରିସ୍ଥିତି କିଭଳି ନ ଉପୁଯିବ ସେ ଦିଗରେ ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆଜି ସିଇଓଙ୍କୁ ଭେଟି ଅନୁରୋଧ କରିଛନ୍ତି । ଏହାପରେ ଗଣମାଧ୍ୟମକୁ ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଞ୍ଜାମରେ ପ୍ରଶାସନିକ ଅଧିକାରୀମାନେ ରାଜନେତା ହିସାବରେ କାର୍ଯ୍ୟ କରୁଛନ୍ତି । ସୋମବାର ସେଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଶାସକ ଦଳର କର୍ମୀମାନେ ଅରାଜକତା ଚଳାଉଥିବା ଦେଖାଯାଇଥିଲା। ଏନେଇ ବିଜେପି ପକ୍ଷରୁ ଗତକାଲି ସିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ମଧ୍ୟ ଦଳୀୟ ନେତାମାନେ ଭୁବନେଶ୍ୱର ଡିଜିପିଙ୍କୁ ଭେଟି ଏ ସମ୍ପର୍କରେ କହିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏଥିସହ ସେ କହିଥିଲେ, କଳାହାଣ୍ଡି, ମାଲକାନାଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାର ସରକାରୀ ଅଧିକାରୀଙ୍କୁ ଡର ଦେଖାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । କାଳିଆ ଯୋଜନା ବିଜେଡି ପାଇଁ କାଳ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave a comment