ମୋଦି ଓ ପରିବର୍ତ୍ତନ ନାଁ ଶୁଣିଲେ ଚିଡୁଛନ୍ତି ନବୀନ: ଧର୍ମେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିଶୁ ମୃତ୍ୟୁହାର, କୁପୋଷଣ ଓ ଦାରିଦ୍ର୍ୟରେ ନଂ ୧ରେ ରହିଛି ଓଡ଼ିଶା । ଦୀର୍ଘ ବର୍ଷ ଶାସନ କାଳ ମଧ୍ୟରେ ବି ଓଡ଼ିଶାର ବିକାଶ ଦିଗରେ ବିଜେଡି ଦୃଷ୍ଟି ଦେଇନି । ଏବେ ଓଡ଼ିଶାରେ ପରିବର୍ତ୍ତନ ସ୍ଲୋଗାନ ଦୃଢ଼ ହୋଇଥିବା ବେଳେ ମୋଦି ଓ ପରିବର୍ତ୍ତନ ନାଁ ଶୁଣିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଡୁଛନ୍ତି ବୋଲି ଆଜି ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି, ନବୀନ ରାଜ୍ୟ ସାରା ବୁଲି ପ୍ରଚାର କରୁଛନ୍ତି । ରାଜ୍ୟବାସୀଙ୍କୁ ଆଗାମୀ ୫ଵର୍ଷର ଯୋଜନା ସମ୍ପର୍କରେ ଜଣାନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ବାନ ଦେଇଛନ୍ତି । ନବୀନ ଏବେ କଳାପାହାଡ଼ ହାତରେ କଣ୍ଢେଇ ସାଜିଛନ୍ତି ବୋଲି ସେ କହିଛନ୍ତି । ଏଥିସହ କେନ୍ଦ୍ରାପଡାରେ ଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ଡେରା ପକାଇ ଗୁଣ୍ଡାଗର୍ଦି ଓ ଆତଙ୍କରାଜ ଚଳାଇଛନ୍ତି । ଭ୍ରଷ୍ଟାଚାରୀ ଓ ସ୍ଥାଣୁ ସରକାର ଦୀର୍ଘ ବର୍ଷ ଓଡ଼ିଶାରେ ଥିବା ବେଳେ ଏଥର ଓଡ଼ିଶାବାସୀ ଉଚିତ ଜବାବ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave a comment