କୋଟିଆ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଲେ ଧର୍ମେନ୍ଦ୍ର-ପ୍ରମିଳା

0

କୋଟିଆକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି । କୋଟିଆ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେଡି-ବିଜେପି । କୋଟିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି, ଧର୍ମେନ୍ଦ୍ର ତ ଗୋ ବ୍ୟାକ୍ ଆନ୍ଧ୍ରର ନାରା ଦେଲେ, ତାହେଲେ ଆନ୍ଧ୍ର ଆସିଲା କେଉଁଠୁ? ପ୍ରଚାର ପ୍ରସାର ପାଇଁ କେବଳ ଆନ୍ଧ୍ର ଗୋ ବ୍ୟାକ ନାରା ଥିଲା । ଯଦି ନାରା ଶୁଣି ଯେଉଁମାନେ ଆନ୍ଧ୍ରରୁ ଆସିଛନ୍ତି ସେମାନେ ପଳାଇ ଯାଉଥାନ୍ତେ ତେବେ ସୁପ୍ରିମକୋର୍ଟରେ ଏହି ମାମଲା କାହିଁକି ଲମ୍ବି ଚାଲିଛି ।

ଅନ୍ୟପଟେ ପ୍ରମିଳାଙ୍କ ଏହି ପ୍ରତିକ୍ରିୟାକୁ ନେଇ କାଉଣ୍ଟର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଗୋ ବ୍ୟାକ କେବଳ ସାଙ୍କେତିକ ନାରା । ପୂର୍ବରୁ ବନ୍ଦେ ମାତରମ କହିଦେଲେ ଇଂରେଜ ମାନେ ଦେଶ ଛାଡି ଚାଲି ଯାଇନଥିଲେ । ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ କେହି ଆମ ମାଟିକୁ ନିଜର ବୋଲି କହିବ ସେତେବେଳେ ମୁଁ ଥରେ ନୁହେଁ ବାରମ୍ବାର ଓଡ଼ିଶା ବିରୋଧୀ ଶକ୍ତିଙ୍କୁ ଗୋ ବ୍ୟାକ୍ ବୋଲି କହିବି ।

Leave a comment