ପୂର୍ବ ଭାରତ ସମେତ ପୂର୍ବ ଏସିଆ ଏବଂ ବିଶ୍ୱର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଗାମୀ ଦିନରେ ଓଡ଼ିଶା କେବଳ ଭାରତ ତଥା ପୂର୍ବ ଭାରତର ଅର୍ଥନୀତିର ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଦକ୍ଷିଣ-ପୁର୍ବ ଏସିଆ ଏବଂ ବିଶ୍ୱର ବିକାଶ ଇଞ୍ଜିନର କେନ୍ଦ୍ରବିନ୍ଦୁ ମଧ୍ୟ ହେବ ବୋଲି ରହିବାର ନୂଆଦିଲ୍ଲୀ ଠାରେ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଷ୍ଟାଟଅପ୍‌-ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।

ବର୍ତ୍ତମାନ ସମୟର ଇନୋଭେସନ ଏବଂ ଟେକ୍ନୋଲୋଜି ନୂଆ ବ୍ୟବସାୟିକ ମାଲିକଙ୍କୁ ଜନ୍ମ ଦେଇଛି ଏବଂ ଶିଲ୍ପ ବିପ୍ଳବ ୪.୦ ଏ ଦିଗରେ ପରିବର୍ତ୍ତନ । ଓଡ଼ିଶାର ସ୍ୱତନ୍ତ୍ର ଭୌଗୋଳିକ ସ୍ଥିତି ଆଗାମୀ ଦିନର ସମ୍ଭାବ୍ୟ ଅର୍ଥନୀତିକୁ ଦର୍ଶାଉଛି ଏବଂ ପୂର୍ବ ଭାରତର ବିକାଶରେ ଏକ ପେଣ୍ଠସ୍ଥଳି ଭାବେ ଛିଡା ହୋଇଛି ବୋଲି ସେ କହିଛନ୍ତି । ଓଡ଼ିଆ ସମାଜ ଏକ ବୌଦ୍ଧିକ ସମ୍ପନ୍ନ ସମାଜ । ଏହି ବୌଦ୍ଧିକ କ୍ଷମତା ମାଧ୍ୟମରେ ସଡ଼ିଆ ଲୋକ ବିଶ୍ୱକୁ ଜୟ କରିପାରିବେ । ମାତ୍ର ସଡ଼ିଆ ଲୋକ ତଥା ବିକାଶ ପାଇଁ ଏକ ଇକୋସିଷ୍ଟମ ତିଆରି ଆବଶ୍ୟକତା ରହିଛି । ଯଦ୍ୱାରା ଓଡ଼ିଶାର ସାଧାରଣ ଗରିବ ଘରର ଯୁବପିଢ଼ିମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତାକୁ ସଠିକ୍ ମାର୍ଗରେ ପ୍ରତିପାଦିତ କରିପାରିବ । ବିଶେଷଭାବରେ ଲୋକଙ୍କ ଆତ୍ମବିଶ୍ୱାସକୁ ବଢ଼ାଇଲେ ହିଁ ରାଜ୍ୟ ଆଗକୁ ବଢ଼ିପାରିବ । ସେହିପରି ଯେଉଁ ପର‌୍ୟ୍ୟନ୍ତ ସମାଜ ଆଗକୁ ବଢ଼ିବ ନାହିଁ ସେହି ଅଞ୍ଚଳର ବିକାଶ ମଧ୍ୟ ଦ୍ରୁତଗାମୀ ହେବ ନାହିଁ । ତେଣୁ ସମେଜର ବିକାଶ ପାଇଁ ସବୁ ବର୍ଗର ଲୋକମାନେ ଆଗକୁ ଆସିବା ଦରକାର ।

ଓଡ଼ିଆ ପିଲାର ବୌଦ୍ଧିକ ଶକ୍ତି ଓଡ଼ିଆ ଜାତିର ସମ୍ୱଳ । ଆମର ଦାୟିତ୍ୱ ଆମ ପିଲାମାନଙ୍କ ଭିତରେ ଥିବା ବୁଦ୍ଧିମତାକୁ ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ରୂପ ଦେବା । ଏହା ହେଲେ ହିଁ ଓଡ଼ିଶାର ବିକାଶ ସମ୍ଭବ ଏବଂ ଏହା ସଂପ୍ରତି ସମୟର ଆହ୍ୱାନ ମଧ୍ୟ । ଯଦି ଆମେ ଉପଯୁକ୍ତ ଦକ୍ଷତା ବିକାଶରେ ସଫଳ ହେବା, ଆମର ପିଲା ଷ୍ଟାଟଅପ୍ ଏବଂ ଉଦ୍ୟୋଗୀ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ରଚିପାରିବେ । ଏହିପରିଭାବେ ଅନେକ ଜିନିଷ ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ରକେଟ୍ ଉତକ୍ଷେପଣ ଟେତ୍ରରେ ବୁର୍ଲା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟି ପ୍ରଂଶନୀୟ । ରାଜ୍ୟର ୨୫ଟି ଜିଲ୍ଲାରେ ନବଜାତ ଶିଶୁମାନେ କୁପୋଷଣର ଶୀକାର ହେବା ସମ୍ପ୍ରତି ସମୟର ବଡ ସମସ୍ୟା ।

Leave a comment