ଧାମନଗରର ଉପନିର୍ବାଚନ ପାଇଁ ବିଜେଡିର ରଣନୀତି; ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ବଡ ବଡ ନେତାଙ୍କୁ ଦାୟିତ୍ୱ ଦେଲା ଦଳ
ଧାମନଗରର ଉପନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି କିନ୍ତୁ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି । ସେପଟେ ବିଜେଡ଼ି ଧାମନଗର ଉପନିର୍ବାଚନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ କରିଛି ।
ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।
ସେପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବାପା ବିଷ୍ଣୁ ସେଠୀଙ୍କ ଫଟୋ ରଖି ଅନୁକମ୍ପା ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି । ଆସନ୍ତା ୧୪ ତାରିଖ ହେଉଛି ନାମାଙ୍କନର ଶେଷ ତାରିଖ । ହେଲେ ଏବେ ବି ପ୍ରାର୍ଥୀ ଘୋଷଣା କରିନି ବିଜେଡି । ଆଶାୟୀ ଅନେକ ଥିବାରୁ ଦଳୀୟ ସ୍ତରରେ ଅଙ୍କକଷା ଚାଲିଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସକୁ ଦଳ ମୈଦାନକୁ ଓହ୍ଲାଇବ ନା ସରପ୍ରାଇଜ କାର୍ଡ ଖେଳିବେ ନବୀନ ସେ ଉପରେ ନଜର ରହିଛି । ସେପଟେ କଂଗ୍ରେସର ପ୍ରାର୍ଥୀ ଚୂଡାନ୍ତ ସରିଛି । ଖୁବଶୀଘ୍ର ଦଳ ନାଁ ଘୋଷଣା କରିବ । ସ୍ଥାନୀୟ ନେତାଙ୍କୁ ଦଳ ସୁଯୋଗ ଦେବ ବୋଲି କହିସାରିଛି ।