ଧାମନଗର ଉପନିର୍ବାଚନ; ମୁଁ ଏଥର ନିଶ୍ଚିନ୍ତ ଜିତିଵି
ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ତେବେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏସବୁ ଭିତରେ ନିର୍ବାଚନ ଲଢ଼ିବା ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ନେତା ରାଜେନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ‘କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।୨୦୧୯ ନିର୍ବାଚନ ଅଳ୍ପ ବ୍ୟବଧାନରେ ହାରିଥିଲି। କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ସେତେବେଳେ ନିର୍ବାଚନ ହାରିଥିଲି। ତେଣୁ ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି। ଧାମନଗରବାସୀ ମୋ ସହ ଅଛନ୍ତି, ନିଶ୍ଚୟ ବିଜୟୀ ହେବି।’
ବିଜେଡିରୁ ଟିକେଟ୍ ନମିଳିବାରୁ ରାଜେନ୍ଦ୍ର ଦାସ ଅସନ୍ତୁଷ୍ଟ ଥିଲେ। ଗତକାଲି ଦଳ ପକ୍ଷରୁ ରାଜେନ୍ଦ୍ରଙ୍କ ମାନଭଂଜନ ଉଦ୍ୟମ ହୋଇଥିଲା। ଆଜି ସକାଳୁ ସକାଳୁ ତାଙ୍କର କିଛି ସମର୍ଥକ ତାଙ୍କ ଘରେ ହାଜର ହୋଇଥିଲେ। ରାଜେନ୍ଦ୍ର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିବେ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଥିଲା। ହେଲେ ଏହି ସସ୍ପେନ୍ସ ଉପରୁ ସେ ପରଦା ହଟାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ସେ କହିଛନ୍ତି।