ପୂର୍ବତନ ଡିଜିପି ଏସ୍ଏନ୍ ତିଓ୍ୱାରୀଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ଡିଜିପି ଏସଏନ୍ ତିଓ୍ୱାରୀଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
୧୯୯୩ ବ୍ୟାଚ୍ର ଆଇପିଏସ୍ ଅଫିସର୍ ହେଉଛନ୍ତି ଏସ୍ଏନ୍ ତିଓ୍ୱାରୀ । ସେ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଖାଲି ସେତିକି ନୁହେଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜ ଦାୟିତ୍ୱକୁ ସୂଚାର ରୂପେ ସେ ତୁଲାଇଛନ୍ତି ।