ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ଅନ୍ଲାଇନ୍ ବୁକିଂ କରିପାରିବେ ଶ୍ରଦ୍ଧାଳୁ

0

ଶ୍ରୀନଗର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗୁରୁବାର ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରା-୨୦୨୨ ପାଇଁ ଅନ୍‌ଲାଇନ୍ ବୁକିଂ ସେବା ପୋର୍ଟାଲ ଶୁଭାରମ୍ଭ କରିଛନ୍ତି । ଶ୍ରଦ୍ଧାଳୁ ଯାତ୍ରା ପାଇଁ ହେଲିକପ୍ଟର ଟିକେଟର ବୁକିଂ ପାଇଁ ଶ୍ରାଇନ୍ ବୋର୍ଡର ୱେବସାଇଟ୍ www.jksasb.nic.inରେ ସହଜରେ ଲଗ୍‌ଇନ କରିପାରିବେ ।
ଅମରନାଥଙ୍କ ଭକ୍ତଙ୍କୁ ନୂଆ ଅନଲାଇନ ସେବା ସମର୍ପିତ କରିବାକୁ ଯାଇ ଉପରାଜ୍ୟପାଳ କହିଛନ୍ତି ଯେ, ଭଲ ଯୋଗାଯୋଗ ଓ ଶୀଘ୍ର ପହଞ୍ଚିବା ପାଇଁ ଶ୍ରୀନଗରରୁ ହେଲ ସେବା ଆରମ୍ଭ କରିବା ପାଇଁ ସରକାର ବହୁ ଦିନରୁ ଯୋଜନା କରିଥିଲେ । ପ୍ରଥମ ଥର ଶ୍ରଦ୍ଧାଳୁମାନେ ଶ୍ରନୀଗରରୁ ପଞ୍ଚତରଣୀୟ ପର୍ଯ୍ୟନ୍ତ ସହଜରେ ଯାତ୍ରା କରିପାରିବେ । ଏଥି ସହିତ ଗୋଟିଏ ଦିନରେ ପବିତ୍ର ଯାତ୍ରା ପୂରା କରିପାରିବେ ।

ଏହି ସୁବିଧା ଭକ୍ତଙ୍କ ପାଇଁ କରାଯାଇଛି । ଶ୍ରୀନଗରରୁ ନୀଳଗ୍ରାଥ ପର୍ଯ୍ୟନ୍ତ ଶୁଳ୍କ ୧୧,୭୦୦, ଶ୍ରୀନଗରୁ ପହଲଗାମ ପର୍ଯ୍ୟନ୍ତ ୧୦,୮୦୦, ନୀଳଗ୍ରଥରୁ ପଂଚତରଣୀ ୨,୮୦୦ ଓ ପହଲଗାମରୁ ପଂଚତରଣୀ ୪୨୦୦ ଟଙ୍କା ଶୁଲ୍କ ରଖାଯାଇଛି । ପୋର୍ଟାଲକୁ ଡେରାଡୁନର ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଡିଜାଇନ କରିଛି ।

Leave a comment