ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀଙ୍କ ପରଲୋକ

0

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ହୃଦଘାତରେ ପରଲୋକ ଘଟିଛି। ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ପରିବାର ନିକଟ ସୂତ୍ରରୁ ସୂଚନା ମିଳିଛି। ପୁଣେରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ଜଣାପଡିଛି।

କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ, ଫେବୟାରୀ ୧୨ ସକାଳେ ପୁଣେସ୍ଥିତ ଘର ଲନ ବାହାରେ ଶେଖାୱତ ଖସିପଡିଥିଲେ। ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ପରେ ଉଚ୍ଚ ରକ୍ତଚାପ, କିଡ଼ନୀରେ ସମସ୍ୟା ଇତ୍ୟାଦି ବିଭିନ୍ନ ଜଟିଳତା ଦେଖାଯାଇଥିଲା।

ପ୍ରତିଭା ପାଟିଲ ଏବଂ ଦେବୀସିଂହ ୧୯୬୫ ଜୁଲାଇ ୭ରେ ବିବାହ କରିଥିଲେ। ଦେବୀସିଂହ ଅମରାବତୀରେ ମେୟର ହେବା ସହ ସେଠାରେ ସେ ବିଧାୟକ ମଧ୍ୟ ଥିଲେ। ଏଥିସହ ଶିକ୍ଷାଜଗତରେ ମଧ୍ୟ ସକ୍ରିୟ ଥିଲେ।

Leave a comment

You cannot copy content of this page