ବିଧାୟକଙ୍କ ପାଇଁ ଦେବଗଡ଼ ବନ୍ଦ

0

ଦେବଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ଘଟଣା ପ୍ରତିବାଦରେ ବିଜେପି କର୍ମୀ ମାନେ ଦେବଗଡ଼ ବନ୍ଦ ପାଳନ କରୁଛନ୍ତି । ଫଳରେ ଦେବଗଡ଼ର ପ୍ରାୟ ସମସ୍ତ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଜେପି କର୍ମୀ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳୁଛି । ଗତକାଲି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଜାମିନ ନାମଞ୍ଜୁର ହୋଇଥିଲା । ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଥାଉକି ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ବିଧାୟକ। ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗତକାଲି ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଏନେଇ ହାଜର କରାଯାଇଥିଲା । ହେଲେ ସେଠାରେ ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାସହ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଜେଲ୍‌ ଯାଇଛନ୍ତି । ବିଜେପି ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଏହି ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା।

Leave a comment