ସବୁବେଳେ ଚିନ୍ତାରେ ରହୁଥିବା ଲୋକ ନିଶ୍ଚୟ ପଢନ୍ତୁ
ବନ୍ଧୁଗଣ, ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧ ଙ୍କୁ ପଚାରିଲା ଯେ ମୋ ଜୀବନରେ ଏତେ ଦୁଖ ସମସ୍ୟା କଣ ପାଇଁ ଅଛି । ମହାତ୍ମା ବୁଦ୍ଧ ତାକୁ ପଚାରିଲେ ଯେ କୁହ ତୁମ ଦୁଖ କଣ ? ବ୍ୟକ୍ତି ଜଣକ କହିଲା ମୁଁ ତୁମ୍ଭକୁ କେତେ ଦୁଖ ସମ୍ବନ୍ଧରେ କହିବି ? ମୋର ସଂପୂର୍ଣ୍ଣ ଜୀବନ ଦୁଖରେ ଭରା । ମୋ ଶରୀର ମଧ୍ୟ ବିମାରୀ ରେ ଭରି ଯାଇଅଛି । ଏହିଭଳି ଗୋଟିଏ ପରେ ଗୋଟିଏ ଦୁଖ ଲାଗି ରହିଅଛି । ସେହି ବ୍ୟକ୍ତି ଜଣକ କହିଲା ମୁଁ ମୋ ସମ୍ପର୍କ ରେ ଖୁସି ଅଛି, ନା ପରିବାରରେ, ନା ଜୀବନରେ ମୁଁ ଖୁସି ନାହିଁ । ଲାଗୁଛି ଏଭଳି ଜୀବନ ବଞ୍ଚିବା ବ୍ୟତୀତ ଜୀବନ ତ୍ୟାଗ କରିବା ଉଚିତ ।
ମୋର କୌଣସି କାରଣ ନାହିଁ ବଞ୍ଚିବାର । ଏହାପରେ ମହାତ୍ମା ବୁଦ୍ଧ ସେହି ବ୍ୟକ୍ତି ଙ୍କୁ କୁହନ୍ତି ଯେ କୁହ ତୁମ୍ଭର ଏହି ସବୁ ଦୁଖ ର କାରଣ କଣ ? ସେହି ବ୍ୟକ୍ତି ଜଣକ କହିଲା ମୁଁ ଆପଣଙ୍କ ପାଖକୁ ଆସିଛି ଆପଣ ହିଁ କୁହନ୍ତୁ ମୋ ଜୀବନରେ ଏତେ ଦୁଖ କଣ ପାଇଁ ? ମହାତ୍ମା ବୁଦ୍ଧ ସେହି ବ୍ୟକ୍ତି କୁ କହିଲେ, ତୁମେ ଭଲ ଭାବରେ ଚିନ୍ତା କର, ତୁମ୍ଭ ଦୁଖର କାରଣ କଣ ଅଟେ ? ମାତ୍ର ସେ ବ୍ୟକ୍ତି କିଛି ବୁଝିପାରିଲାଣି । ବୁଦ୍ଧ କହିଲେ ତୁମ୍ଭ ମନର ମୋହ ଏବଂ ଆଶକ୍ତି ହିଁ ତୁମ୍ଭ ଦୁଖର କାରଣ ଅଟେ । ଏହାପରେ ବୁଦ୍ଧ ସେହି ବ୍ୟକ୍ତି କୁ ଉଦାହରଣ ଦେଇ କହିଲେ, ଜଣେ ବ୍ୟକ୍ତି ଗଛ କୁ ଧରି ଚିତ୍କାର କରୁଥିଲା ଯେ ମୋତେ ବଞ୍ଚାଅ । ମତେ କେହି ଏହି ଗଛଠାରୁ ନିଅ । ଏହାପରେ ସେଠାରେ ଏକ ଗୁରୁ ଏବଂ ଶିଷ୍ୟ ପହଞ୍ଚିଲେ ଏବଂ ଶିଷ୍ୟ ଜଣକ ଗୁରୁଙ୍କୁ କହିଲେ ଯେ ଗୁରୁଦେବ ଏହି ବ୍ୟକ୍ତି ଜଣଙ୍କୁ ସାହାର୍ଯ୍ୟ କରିବା ଉଚିତ ସେ ଏହି ଗଛରେ ଫଶି ଯାଇଛନ୍ତି ।
ଏହାପରେ ଗୁରୁ ଜଣକ ନିଜ ଶିଷ୍ୟ କୁ କହିଲେ ଯେ ଏହାକୁ କେହି ସାହାର୍ଯ୍ୟ କରିବେ ନାହିଁ । ଗୁରିଦେବ ଙ୍କୁ ଶିଷ୍ୟ ଜଣକ ପଚାରିଲେ କଣ ପାଇଁ ଏହା ପରେ ଗୁରୁଦେବ କୁହନ୍ତି ଯେ ସେ ନିଜେ ଗଛ ଉପରକୁ ଯାଇ ଗଛ କୁ ଧରିଛି ତାହାକୁ ସାହାର୍ଯ୍ୟ କିଏ କରିବ ? ସେହିଭଳି ବୁଦ୍ଧଦେବ ଏହି ଉଦାହରଣ ଦେଇ କୁହନ୍ତି ଯେ ତୁମ୍ଭେ ନିଜେ ସବୁ ଦୁଖ କୁ ଧରି ବସିଛ । ଏହା ମୋର ଏହା ମୋ ଠାରୁ ଦୂରେଇ ନ ଯାଉ, ଏହା ମତେ ମିଳୁ, ଏହି ସବୁର କାରଣ ଏହା ମୋର ଏବଂ ମୋ ବନ୍ଧନ ର । ଏଣୁ ସମସ୍ତ ମୋହ ମାୟା କୁ ତ୍ୟାଗ କରି ଜୀବନ ବିତାଇବା ନିମନ୍ତେ ଚେଷ୍ଟା କରନ୍ତୁ । କାରଣ ଏହି ସଂସାରରେ କୌଣସି ଜିନିଷ ସ୍ଥାୟୀ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।