ଏହି ୫ଟି କାର୍ଯ୍ୟ ଆପଣଙ୍କୁ ଟାଣି ନେଇଥାଏ ଡିପ୍ରେସନ ଆଡକୁ, ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସଚେତନ

0

ଆଜିକାଲି ପ୍ରାୟ ସମସ୍ତେ ଡିପ୍ରେସନ ଦ୍ୱାରା ଶିକାର ହେଉଛନ୍ତି l ଏହି ସମସ୍ୟା ପ୍ରାୟ ସମସ୍ତ ଆୟୁ ବର୍ଗର ଲୋକଙ୍କ ନିକଟ ରେ ଦେଖିବାକୁ ମିଳୁଛି l ତେଣୁ ସେଥିପ୍ରତି ସମସ୍ତେ ବିଶେଷ ସଚେତନ ହେବା ଆବଶ୍ୟକ l ଆମେ ସାଧାରଣ ଭାବରେ ଦେଖିବାକୁ ପାଇଥାଉ ଯେ ଅଧିକାଂଶ ଲୋକ ଏହି ସମସ୍ୟା ବିଷୟରେ କାହାକୁ ଜଣାଇବା ପାଇଁ ଇଛା କରି ନାହାନ୍ତି l ଯଦି ଆପଣ ଡିପ୍ରେସନ କୁ ଅଣଦେଖା କରିବେ ତେବେ ଆଗକୁ ଅନେକ ସମସ୍ୟାର ସମୁଖୀନ ହେବେ l ଏନଜାଇଟି ଗୋଟିଏ ଏଭଳି ସମସ୍ୟା ଯାହା ମଣିଷକୁ ଏକୁଟିଆ କରିଦିଏ ଓ ନକାରାତ୍ମକ ମନୋଭାବ ଭରିଦିଏ l ଯାହାଦ୍ୱାରା ଆପଣଙ୍କ ସମସ୍ୟା ଆହୁରି ଅଧିକ ବଢି ଯାଇଥାଏ l

ତେଣୁ ଆପଣ ଡିପ୍ରେସନ ସମୟରେ କିଛିଟା କାମ ଠାରୁ ଦୁରେଇ ରହିବା ନିହାତି ଜରୁରୀ ଅଟେ l – ଡିପ୍ରେସନ ସମୟରେ ମଦ୍ୟପାନ ଠାରୁ ଦୁରେଇ ରହିବା ଉଚିତ l ଏହାଦ୍ୱାରା ଆପଣ ଅଧିକ ପରିମାଣ ରେ ଏନଜାଇଟି ର ଶିକାର ହୋଇ ଥାଆନ୍ତି l ମଦ ଆପଣଙ୍କୁ ମାନସିକ ଓ ଶାରୀରିକ ଦୃଷ୍ଟିରୁ ଧୀରେ ଧୀରେ ଅକ୍ଷମ କରି ଦେଇଥାଏ l ଡିପ୍ରେସନ ସମୟରେ ଅଧିକ ପରିମାଣ ରେ ପାଣି ପିଇବା ଉଚିତ l ତରଳ ଖାଦ୍ୟ ଖାଇବା ଉଚିତ ଯାହାଦ୍ୱାରା ଶରୀର କୁ ପ୍ରଚୁର ପରିମାଣ ରେ ଅକ୍ସିଜେନ ମିଳିବ l – ଡିପ୍ରେସନ ସମୟ ରେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ l ଏହି ସମୟରେ ନିଜକୁ ଅଯଥା ଚିନ୍ତାରୁ ଦୁରେଇ ରଖିବା ପାଇଁ ଗୀତ ଶୁଣିବା କିମ୍ବା ବହି ପଢିବା ଉଚିତ l – ଡିପ୍ରେସନ ସମୟ ରେ ଅଧିକ ଶୋଇବା ଉଚିତ ନୁହେଁ l ଏହାଦ୍ୱାରା ଆପଣ ଅଧିକ ପରିମାଣ ରେ ଏକୁଟିଆ ଲାଗିବା ଅନୁଭବ କରିବେ l ଶୋଇବା ବଦଳରେ ବ୍ୟାୟାମ କରିବା ନାଚିବା ଇତ୍ୟାଦି କରନ୍ତୁ l – ସ୍ୱାସ୍ଥ୍ୟକର ଖାଦ୍ୟ ଓ ଉଚିତ ପରିମାଣ ର ଖାଦ୍ୟ ଖାଇବା ଆବଶ୍ୟକ l

ଉଚିତ ପରିମାଣ ର ଖାଦ୍ୟ ସହିତ ସାକାହାରୀ ଖାଦ୍ୟ ମନରେ ପଜିଟିଭିଟି ଆଣିଥାଏ l – ଡିପ୍ରେସନ ସମୟରେ ଅଧିକାଂଶ ଲୋକ ନିଜକୁ ଏକୁଟିଆ ରଖିବାକୁ ଇଛା କରି ଥାଆନ୍ତି l କିନ୍ତୁ ଏପରି କରିବା ଦ୍ୱାରା ଡିପ୍ରେସନ ସମସ୍ୟା ଅଧିକ ବଢିବାର ଦେଖା ଯାଇଥାଏ l ବିଶେଷଜ୍ଞ ଙ୍କ ମତ ଅନୁସାରେ ଏହି ସମୟରେ ଅଧିକ ସମସ୍ତଙ୍କ ସହିତ ମିଶିବା ଆବଶ୍ୟକ l ଆପଣ ନିଜକୁ ଖୋଲା ପବନ ରେ ସବୁବେଳେ ରଖନ୍ତୁ, ଏହାଦ୍ୱାରା ମନ ଶାନ୍ତ ରହିବ l ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ l

Leave a comment