ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ କାହାକୁ ମିଳିଲା କେଉଁ ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ। ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନବୀନଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି ।

ଶପଥ ଗ୍ରହଣ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଛନ୍ତି । ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ରଖିଛନ୍ତି ।

କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ ମିଳିଥିବା ବିଭାଗ ଗୁଡିକ ହେଲା :

* ୧. ବିକ୍ରମ କେଶରୀ ଆରୁଖ – ଜଙ୍ଗଲ ଓ ପରିବେଶ,
ସଂସଦୀୟ ବ୍ୟାପାର ମନ୍ତ୍ରୀ
* ୨. ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଖାଦ୍ୟ ଯୋଗାଣ ଓ ସମବାୟ
ବିଭାଗ
* ୩. ପଦ୍ମନାଭ ବେହେରା  – ବାଣିଜ୍ୟ ପରିବହନ ବିଭାଗ

* ୪. ନିରଂଜନ ପୂଜାରୀ  –  ଅର୍ଥ ଓ ଅବକାରୀ ବିଭାଗ

* ୫. ପ୍ରଫୁଲ୍ଲ ମଲ୍ଲିକ  –  ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, ଗୃହ
ବିଭାଗର ରାଜ୍ୟପାହ୍ୟା ଦାୟିତ୍ୱ
* ୬. ପ୍ରତାପ ଜେନା – ପଞ୍ଚାୟତିରାଜ,ଆଇନ ଓ ନଗର ଉନ୍ନୟନ

* ୭. ଅରୁଣ ସାହୁ – କୃଷି, ମତ୍ସ୍ୟ, ପଶୁସମ୍ପଦ ଉଚ୍ଚଶିକ୍ଷା

* ୮. ସୁଦାମ ମାରାଣ୍ଡି – ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ

* ୯. ସୁଶାନ୍ତ ସିଂ –  ଗ୍ରାମ୍ୟ ଉନ୍ନୟନ, ଶ୍ରମ ବିଭାଗ

* ୧୦. ଟୁକୁନି ସାହୁ –  ମହିଳା ଓ ଶିଶୁ ବିକାଶ ବିଭାଗ

* ୧୧. ନବ କିଶୋର ଦାସ –  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

*** ନବୀନ ପଟ୍ଟନାୟକ –  ଗୃହ, ସାଧାରଣ ପ୍ରଶାସନ ଓ
ଅନ୍ୟାନ୍ୟ ବିଭାଗ

ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମନ୍ତ୍ରୀଙ୍କୁ ମିଳିଥିବା ବିଭାଗ ଗୁଡିକ ହେଲା :

* ୧. ଅଶୋକ ପଣ୍ଡା –  ବିଜ୍ଞାନ ଓ ପ୍ରଯୁକ୍ତି ଭିନ୍ନକ୍ଷମ

* ୨. ସମୀର ରଂଜନ ଦାସ – ସ୍କୁଲ ଓ ଗଣଶିକ୍ଷା ବିଭାଗ

* ୩. ରଘୁନନ୍ଦନ ଦାସ – ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ
ବିଭାଗ
* ୪. ଦିବ୍ୟଶଙ୍କର ମିଶ୍ର –  ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ

* ୫. ପଦ୍ମିନୀ ଦିଆନ୍ – ହସ୍ତତନ୍ତ ବୟନ ଶିଳ୍ପ

* ୬. ଜ୍ୟୋତିପ୍ରକାଶ ପାଣିଗ୍ରାହୀ – ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ
ସସ୍କୃତି
* ୭. ତୁଷାରକାନ୍ତି ବେହେରା – କ୍ରୀଡ଼ା, ଯୁବ ବ୍ୟାପାର, ସୂଚନା
ପ୍ରଯୁକ୍ତି ବିଦ୍ୟା
* ୮. ଜଗନ୍ନାଥ ସାରକା – ଅନୁସୂଚିତ ଜାତି ଜନଜାତି ବିକାଶ ଓ
କଲ୍ୟାଣ ବିଭାଗ
* ୯. ପ୍ରେମାନନ୍ଦ ନାୟକ – ଦକ୍ଷତା ବିକାଶ ଓ ବୈଷୟିକ

Leave a comment