ଏକାମ୍ରରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଗତକାଲି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୬ ର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ ରହିବା ଡେଙ୍ଗୁକୁ ହରାଇବା ,ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା, ଅବ୍ୟବହୃତ ସାମଗ୍ରୀରେ ପାଣି ଜମିବାକୁ ଦେବାନାହିଁ ବୋଲି ପରାମର୍ଶ ଦେଇଥିଲେ । ମିଉଜିୟମ୍ କଲୋନୀ ,ପାଣିଟାଙ୍କି ବସ୍ତି ,ସମାଜ ଅଫିସ ଅଞ୍ଚଳରେ ପରିକ୍ରମା କରି ଅନ୍ତେବାସୀଙ୍କ ଘର ଘର ବୁଲି ମଶାମରା ଔଷଧ ସିଞ୍ଚନ କରାଇ ସଚେତନତା କରାଇବା ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ।

କାର୍ଯ୍ୟକ୍ରମରେ ପୁର୍ବତନ ଡେପୁଟି ମେୟର କେ ଶାନ୍ତି,ଭୁବନେଶ୍ୱର ବିଯୁ ଯୁବ ଜନତା ଦଳ ସଭାପତି ସମରେଶ ବେଉରା, ଏ ଏନ ଏମ୍, ଆଶାକର୍ମୀ, ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment