ପଣ୍ଡ ହେଲା ଆତଙ୍କୀଙ୍କ ଷଡ଼ଯନ୍ତ୍ର, ନୂଆଦିଲ୍ଲୀରେ ଆଇଏସଆଇଏସ ଆତଙ୍କୀ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀର ଧୌଲାକୁଆଁ ରିଙ୍ଗ ରୋଡ ନିକଟରେ ପୋଲିସ ଓ ଆତଙ୍କୀ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଧରାପଡିଛି। ଏନକାଉଣ୍ଟରରେ ISIS ଆତଙ୍କବାଦୀ ଅବ୍ବୁ ୟୁସୁଫ୍ ଗିରଫ ହୋଇଛି। ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲର ଅପରେସନ ଜାରିରହିଛି। ISIS ଆତଙ୍କବାଦୀ ନିକଟରୁ ଆଇଇଡି ଜବତ କରାଯାଇଛି। ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ ଡିସିପି ପ୍ରମୋଦ ସିଂ କୁଶଓ୍ୱାହଙ୍କ ସୂଚନାଅନୁସାରେ ଦିଲ୍ଲୀରେ ବଡ଼ ଆତଙ୍କବାଦୀ ହମଲା ଯୋଜନା ଥିଲା। ସେ କହିଛନ୍ତି ବର୍ତ୍ତମାନ ଆହୁରୀ ଅଧିକ ଗିରଫ ହୋଇପାରନ୍ତି। ସୂଚନାଯୋଗ୍ୟ ଯେ, ଧରାପଡ଼ିଥିବା ଆତଙ୍କବାଦୀ ନିକଟରୁ ଦୁଇଟି ଆଇଡି ଏବଂ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହାର କାର୍ଯ୍ୟ ଆରମ୍ଭ କରିଛି।

Leave a comment