ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା; ମୃତଦେହକୁ ଖଣ୍ଡ ବିଖଣ୍ଡିତ କରାଯାଇଥିବା ଅସ୍ତ୍ରକୁ ଜବତ କରିଛି ପୋଲିସ

0

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନାନୁଯାୟୀ, ଯେଉଁ ଅସ୍ତ୍ରରେ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରାଯାଇଥିଲା ପୋଲିସ ସେହି ଅସ୍ତ୍ରକୁ ଜବତ କରିଛି । ପ୍ରକାଶଥାଉକି ଏହା ପୂର୍ବରୁ ଜଙ୍ଗଲରୁ ଯେଉଁ ଶରୀରର ଅଂଶବିଶେଷ ମିଳିଥିଲା ତାକୁ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ପରୀକ୍ଷା କରାଯାଇଛି ।

ତେବେ ତାହା ଶ୍ରଦ୍ଧାଙ୍କର କି ନୁହେଁ ସେନେଇ କୌଣସି ତଥ୍ୟ ଆସିପାରି ନାହିଁ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଶ୍ରଦ୍ଧାଙ୍କ ରିଙ୍ଗ ମଧ୍ୟ ଜବତ କରିଛି ।

ଶ୍ରଦ୍ଧାଙ୍କ ଏହି ରିଙ୍ଗକୁ ଆଫତାବ ଆଉ ଜଣେ ଯୁବତୀଙ୍କୁ ଦେଇଥିଲା । ଏହି ଯୁବତୀ ଜଣଙ୍କ ଆଫତାବଙ୍କ ଫ୍ଲାଟକୁ ଆସିଥିଲେ । ପୋଲିସ ମାମଲାରେ ଲଗାତାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଖୋଜୁଛି । ଯାହାଫଳରେ ସଇତାନ ଆଫତାବକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ । ଶ୍ରଦ୍ଧାଙ୍କ ହତ୍ୟା ପରେ ୩୦ରୁ ଅଧିକ ଖଣ୍ଡ କରିଥିବା କହିଥିଲା ଆଫତାବ ।

ପୋଲିସକୁ ଯେଉଁ ଅସ୍ତ୍ର ମିଳିଛି ସେ ସମ୍ପର୍କରେ କୁହାଯାଉଛି ଯେ ଏହି ଅସ୍ତ୍ରରେ ଶ୍ରଦ୍ଧାଙ୍କୁ ଅନେକ ଖଣ୍ଡରେ ଅଫତାବ କାଟିଥିଲା ଏବଂ ଏହାପରେ ତାଙ୍କ ଶବର ଅଂଶ ବିଶେଷକୁ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲା । ଏହି ଅସ୍ତ୍ର ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ପ୍ରମାଣିତ ହୋଇପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କୁହାଯାଉଥିବା ଶ୍ରଦ୍ଧାଙ୍କ ମୁଣ୍ଡ ବର୍ତ୍ତମାନ ସୁଦ୍ଧା ପୋଲିସକୁ ମିଳିନାହିଁ । ଆଫତାବ ପୁନାୱାଲାର ପଲିଗ୍ରାଫ ଟେଷ୍ଟ ହୋଇଛି । ପଲିଗ୍ରାଫ ପରେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ।

 

Leave a comment