ସୁପ୍ରିମକୋର୍ଟଙ୍କ ନିୟମ ମାନିଲେନି ରାଜଧାନୀବାସୀ ସାଙ୍ଘାତିକସ୍ତରରେ ଦିଲ୍ଲୀର ବାୟୁ ପ୍ରଦୂଷଣ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବାୟୁ ପ୍ରଦୂଷଣ ବଢ଼ାଇଛନ୍ତି ରାଜଧାନୀବାସୀ। ଦୀପାବଳିରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା କଟକଣାକୁ ବେଖାତିର କରି ବାଣ ଫୁଟାଇଥିବାରୁ ବୁଧବାର ରାତିରୁ ରାଜଧାନୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ ସ୍ତରରେ ପହଞ୍ଚତ୍ଛି। ଗୁରୁବାର ସକାଳେ ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ(ଏକ୍ୱିଆଇ) ୪୫୮ ରହିଥିଲା। ଯାହା ପ୍ରଦୂଷଣର ଅତି ସାଂଘାତିକ ସ୍ତର ବୋଲି କୁହାଯାଉଛି। ଦୀପାବଳି ସନ୍ଧ୍ୟା ୬ରୁ ୮ଟା ପର୍ଯ୍ୟନ୍ତ ଗ୍ରୀନ କ୍ରାକର ଫୁଟାଇବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ କେତେକସ୍ଥାନରେ ଲୋକମାନେ ଏହାକୁ ମାନି ନଥିଲେ। ଅନେକ ସ୍ଥାନରେ ବାୟୁ ଓ ଶବ୍ଦ ପ୍ରଦୂଷଣକାରୀ ଆତସବାଜି ଫୁଟା ଯାଇଥିବାରୁ ଗୁରୁବାର ଅଧିକାଂଶ ଅଞ୍ଚଳରେ କୁହୁଡିର ଆସ୍ତରଣ ସାଙ୍ଗକୁ ଧୂଆଁଳିଆ ପରିବଶରେ ଲୋ ଭିଜିବିଲିଟି ପରି ସମସ୍ୟା ସୃଷ୍ଟି ହୋଇଥିଲା।

Leave a comment