ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ : 8 ରେ ମତଦାନ, 11ରେ ଫଳାଫଳ

0

ଓଡିଶା ଫାଷ୍ଟ(  ବ୍ୟୁରୋ) :  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ସୁନିଲ ଅରୋରା ସୋମବାର ପ୍ରେସ କନଫ୍ରେନ୍ସ କରି ତାରିଖ ଘୋଷଣା କରିଛନ୍ତି । ଫେବୃଆରୀରେ 8ରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବାକୁ ଥିବାବେଳେ 11 ତାରିଖରେ ଫଳାଫଳ ଘୋଷଣା ହେବ । ଦିଲ୍ଲୀରେ ବିଧାନସଭା ସିଟ୍ 70 ପାଇଁ ମତଦାନ କରାଯିବ । 14 ଜାନୁଆରୀ ଦିନ ନୋଟିଫିକେସନ ତାରିଖ ଥିବାବେଳେ 21 ତାରିଖରେ ନୋମିନେସନର ଶେଷ ତାରିଖ ରହିଛି । ଜାନୁଆରୀ 24 ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ। ମୋଟ୍ 2689 ଟି ସ୍ଥାନରେ ଭୋଟିଂ ହେବ। 13 757 ଟି ସ୍ଥାନରେ ପୋଲିଂ ବୁଥ୍ ରହିବ। ଦିଲ୍ଲୀର ଭୋଟର ସଂଖ୍ୟା 1 କୋଟି 46 ଲକ୍ଷ ରହିଛନ୍ତି। 90 ହଜାର କର୍ମଚାରୀ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବେ।

Leave a comment