କୃଷି ଆଇନର ନକଲକୁ ଚିରିଲେ କେଜ୍ରିୱାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ୩ ନୂଆ କୃଷିଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିଲାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେଜ୍ରିିୱାଲ ଗୁରୁବାର ଦିଲ୍ଲୀ ବିଧାନସଭାରେ ନୂଆ କୃଷି ଆଇନର ନକଲ ଚିରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆଉ କେତେ ଜଣ କୃଷକ ଆତ୍ମ ବଳିଦାନ ଦେଲେ ତାଙ୍କର ଦାବି ପ୍ରତି କର୍ଣ୍ଣପାତ କରାଯିବ । ପ୍ରତ୍ୟେକ କୃଷକ ଭଗତ ସିଂ ପାଲଟିଛନ୍ତି। କୃଷକଙ୍କ ସହ ସରକାର ଆଲୋଚନା ଜାରି ରଖିଛନ୍ତି ବୋଲି ଦୃଢୋକ୍ତି କରୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ।

Leave a comment

You cannot copy content of this page