ଭୁବନେଶ୍ୱର ଆସୁଛନ୍ତି କେଜ୍ରିଓ୍ବାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାନୁଆରୀ ୩୧ ତାରିଖରେ ଭୁବନେଶ୍ୱର ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ସହ ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଆସିବେ । ଆପ୍ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ୩୧ ତାରିଖରେ ଲୋୟର ପିଏମ୍ଜିଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ କେଜ୍ରିଓ୍ବାଲ ଯୋଗଦେବେ । ଏଥିସହ ସନ୍ଧ୍ୟାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସାମାଜିକ ନ୍ୟାୟ ଅଭିଯାନକୁ ମଜବୁତ କରିବା ସହିତ ଏକ ବିକଳ୍ପ ରାଜନୀତି ପାଇଁ ଆପ୍ର ରାଷ୍ଟ୍ରୀୟ ନେତତ୍ୱଙ୍କ ସହ କେଜ୍ରିଓ୍ବାଲ ଆଲୋଚନା କରିବେ ବୋଲି ଜଣାପଡିଛି ।