୬୦ରୁ ଅଧିକ ବେଗରେ ଚାଲିପାରିବନି ବାଇକ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସଡକ ଦୁର୍ଘଟଣା ଓ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇଛି ଦିଲ୍ଲୀ ଟ୍ରାଫିକ ପୁଲିସ୍‌ । ପୁଲିସ୍‌ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦୁଇ ଚକିଆ ଗାଡିଗୁଡିକ ୬୦ କିମିରୁ ଅଧିକ ବେଗରେ ଚାଲିପାରିବ ନାହିଁ । ଦିଲ୍ଲୀ ରାସ୍ତାରେ ଗଡୁଥିବା ସମସ୍ତ ଯାତ୍ରୀବାହୀ କାରର ସର୍ବାଧିକ ବେଗ ୭୦ କିମି ରହିବ । ସମସ୍ତ ସାଧାରଣ ଓ ଦ୍ରବ୍ୟ ପରିବହନ ଗାଡିଗୁଡିକ ସର୍ବାଧିକ ବେଗକୁ ୪୦ରେ ସୀମିତ ରଖାଯାଇଛି । ଏହି ବେଗ ବିଭିନ୍ନ ରାସ୍ତାରେ କମ ମଧ୍ୟ ହୋଇପାରିବ । ପୁଲିସ୍‌ କହିଛି ଯେ, ଦିଲ୍ଲୀର ରାଜରାସ୍ତାରେ ଗଡୁଥିବା ଗାଡିଗୁଡିକର ବେଗକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡିଛି । ଗାଡି ଚାଳକ ଓ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଙ୍ଘନ କରେ, ତା’ହେଲେ ବିପୁଳ ପରିମାଣର ଫାଇନ ଦେବାକୁ ପଡିବ ।

Leave a comment