ଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ୍ ଟାୱାର୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବାକୁ କନୌଟ ପ୍ଲେସରେ ସ୍ମଗ୍ ଟାୱାର୍ ନିର୍ମାଣ କରିଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଟାୱାର ଉଦଘାଟନ କରିଛନ୍ତି। ତାଙ୍କ ସହ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ପ୍ରଦୂଷଣ ରୋକିବାକୁ ଏବଂ ଦିଲ୍ଲୀର ବାୟୁ ସଫା କରିବାକୁ ଦେଶର ପ୍ରଥମ ସ୍ମଗ ଟାୱାର ନିର୍ମାଣ କରାଯାଉଛି। ଏହି କୌଶଳ ଆମେରିକାକୁ ଆମଦାନୀ କରାଯାଇଛି। ଏହି ଟାୱାର ୨୪ ମିଟର ଉଚ୍ଚ ଏବଂ ଗୋଟିଏ ମିଟର ପରିଧି ବାୟୁକୁ ସଫା କରିବ।ଦିଲ୍ଲୀ ସରକାର ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରସ୍ତୁତ କରିଛନ୍ତି। ଯଦି ଏହି ପ୍ରୟୋଗ ସଫଳ ହୁଏ ତାହେଲେ ଆଗାମୀ ଦିନରେ ପୁରା ଦିଲ୍ଲୀରେ ସ୍ମଗ୍ ଟାୱାର୍ ସ୍ଥାପନ କରାଯିବ। ଦିଲ୍ଲୀ କ୍ୟାବିନେଟ ୨୦୨୦ ଅକ୍ଟୋବରରେ ସ୍ମଗ୍ ଟାୱାରକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ମଞ୍ଜୁରୀ ଦେଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ବିଳମ୍ବ ହୋଇଥିଲା। କେବଳ ସେତିକି ନୁହେଁ ସ୍ମଗ ଟାୱାର ଆରମ୍ଭ ହେବାପରେ ଏହାର ପ୍ରଭାବ ପତା କରିବାକୁ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ଏହାର ଅଧ୍ୟୟନ କରିବେ।ଏହି ସ୍ମଗ ଟାୱାର ଗୋଟିଏ ସେକେଣ୍ଡରେ ହଜାରେ କ୍ୟୁବିକ ମିଟର ବାୟୁ ସଫା କରିବ ଓ ଦିଲ୍ଲୀରେ ପିଏମ ୨.୫, ପିଏମ ୧୦ ସ୍ତରକୁ କମ କରିବ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜାନୁଆରୀରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆନନ୍ଦ ବିହାରରେ ପ୍ରଦୂଷଣ କମ କରିବାକୁ ସ୍ମଗ ଟାୱାର ନିର୍ମାଣ କରିବାକୁ ଏବଂ ଦିଲ୍ଲୀ ସରକାରଙ୍କୁ ୩ ମାସ ମଧ୍ୟରେ କନୌଟ ପ୍ଲେସରେ ଏହିଭଳି ଆଉ ଏକ ଟାୱାର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।