ପ୍ରତିରକ୍ଷା ମନ୍ତ୍ରୀଙ୍କ ସିୟାଚେନ ଗ୍ଲେସିୟର ଗସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ଦୁନିଆର ସବୁଠାରୁ ବିପଦଜନକ ଯୁଦ୍ଧ କ୍ଷେତ୍ର ସିୟାଚେନ ଗ୍ଲେସିୟର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସେ ଶ୍ରୀନଗର ଗସ୍ତ କରି ସେଠାରେ ଆର୍ମି ପର୍ସୋନେଲଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସକାଳୁ ପ୍ରତିରକ୍ଷା ମନ୍ତ୍ରୀ ସିଂହ ଦିଲ୍ଲୀରୁ ଲଦାଖ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏ ନେଇ ସେ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧକ ଅଭିଯାନ ସଂପର୍କରେ ବୁଝାବୁଝି କରିବା ପରେ ପାକିସ୍ତାନ ସହିତ ଲାଗିଥିବା ସୀମାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ତଦାରଖ କରିବେ ।

ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କରିବା ପରେ ସିୟାଚିନ୍ ଗ୍ଲେସିୟର ତାଙ୍କର ପ୍ରଥମ ଗସ୍ତ । ସେଠାରେ ସେ ଫିଲ୍ଡ କମାଣ୍ଡର ଓ ଯବାନଙ୍କ ସହ କଥାବାର୍ତ୍ତା କରିବେ । ସିଆଚେନ୍ ଗ୍ଲେସିଅରରେ ଭାରତୀୟ ଯବାନ ବରଫାବୃତ ପରିବେଶ ମଧ୍ୟରେ ଥାଇ ସୁଦ୍ଧା ସୀମା ସୁରକ୍ଷା କାର୍ଯ୍ୟରେ ସକ୍ରିୟ ଥାଆନ୍ତି । ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ଥିବା ଏହି ମିଲିଟାରୀ ପୋଷ୍ଟର ସମସ୍ୟା ବାବଦରେ ଜାଣିବା ପାଇଁ ରାଜନାଥ ସେଠାକୁ ଯାଉଥିବା ଜଣାପଡିଛି । ରାଜନାଥଙ୍କ ସହ ସେନା ପ୍ରମୁଖ ବିପିନ ରାୱତ ମଧ୍ୟ ରହିବେ ।

Leave a comment