ତିରୋନ୍ଦାଜ ବିଶ୍ୱକପ: ଗୋଟିଏ ଦିନରେ ୩ ସ୍ୱର୍ଣ୍ଣ ଜିତିଲେ ଦୀପିକା କୁମାରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ୟାରିସରେ ଚାଲିଥିବା ତିରୋନ୍ଦାଜ ବିଶ୍ୱକପ ୨୦୨୧ରେ ଭାରତର ଷ୍ଟାର ଖେଳାଳି ଦୀପିକା କୁମାରୀ ଗୋଟିଏ ଦିନରେ ୩ଟି ସ୍ୱର୍ଣ୍ଣ ଜିତିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଦୀପିକା ଏକାକୀ ଓ ତାଙ୍କ ଟିମ ସହିତ ୩ଟି ପଦକ ଜିତିଥିବାବେଳେ ପୂର୍ବରୁ ଅଭିଷେକ ବର୍ମା ଆମେରିକାର କ୍ରିସ ସ୍କାଫଙ୍କୁ ହରାଇ କମ୍ପାଉଣ୍ଡ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଜୁଲାଇରେ ହେବାକୁ ଥିବା ଅଲିମ୍ପିକ ପାଇଁ ଏହା ଏକ ଶୁଭ ସଙ୍କେତ। ଦୀପିକା ବ୍ୟକ୍ତିଗତ ରିକର୍ଭ ବର୍ଗରେ ଫାଇନାଲରେ ଋଷର ଏଲିନା ଓସିପୋୱାଙ୍କୁ ହରାଇ ୩ ନମ୍ବର ସ୍ୱର୍ଣ୍ଣ ପଦକ ଜିତିଥିଲେ।