ପ୍ରତାରଣା : ପ୍ରେମିକ ବିଧାୟକଙ୍କ ନାଁରେ ପ୍ରେମିକାର ଏତଲା

0

ଜଗତସିଂହପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜଗତସିଂହପୁର ସଦର ଥାନାରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଏତଲା ଦିଆଯାଇଛି। ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି । ଶୁକ୍ରବାର ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ବିବାହ କରିବାକୁ କହି ବିଧାୟକ ଆସି ନଥିବା ସୋମାଲିକା ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ ଯେ, ରେଜେଷ୍ଟ୍ରି ବିବାହ ପାଇଁ ଗୁରୁବାର ରାତିରେ ବିଜୟ ଶଙ୍କର ଏବଂ ତାଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା ହୋଇଥିଲା । ଆଲୋଚନା ମୁତାବକ ଶୁକ୍ରବାର ପ୍ରେମିକା ସୋମାଲିକା, ତାଙ୍କ ଓକିଲ ଏବଂ ପରିବାର ସହିତ ସବ୍ ରେଜିଷ୍ଟ୍ରି ଅଫିସରେ ପହଞ୍ଚିଥିଲେ । କିନ୍ତୁ ବିଜୟ ଶଙ୍କରଙ୍କର ଦେଖା ନଥିଲା । ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ବିଜୟ ନ ଆସିବାରୁ ଶେଷରେ ସୋମାଲିକା ଘରକୁ ଫେରିଥିଲେ । ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ସେ କହିଥିଲେ ।

ବିଧାୟକ ବିଜୟ ଶଙ୍କର ଅଭିଯୋଗକୁ ଖଣ୍ଡନ କହିଥିଲେ, ୩୦ ଦିନ ହେଲା, ୯୦ ଦିନ ମଧ୍ୟରେ ବିବାହ କରିବା କଥା । ଆହୁରି ୬୦ ଦିନ ବାକି ରହିଛି । ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି ବୋଲି ବିଧାୟକ ବିଜୟ ଶଙ୍କର କହିଛନ୍ତି ।

Leave a comment