ସହିଦ୍ ଦେବାଶିଷଙ୍କୁ ମଳିଲା ସୌରଚକ୍ର ସମ୍ମାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁଗୋଳ ଅଙ୍ଗପଡା ମାଟିର ପୁଅ ଦେବାଶିଷଙ୍କୁ ମିଳିଲା ସୌର ଚକ୍ର ସମ୍ମାନ। ଜିଲ୍ଲା ପ୍ରଶାସନ ଉପସ୍ଥିତରେ ପୋଲିସ ପ୍ରଶାସନ ଦେବାଶିଷଙ୍କ ପରିବାରଙ୍କୁ ଏହି ସମ୍ମାନ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ପୁରସ୍କାର ସ୍ୱରୂପ ୧୦ ଡ଼ିସିମିଲର ଘରବାରି ପଟ୍ଟା ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।
ସେଦିନ ଥିଲା ୨୦୨୦ ସେପ୍ଟେମ୍ବର ୧୦ ତାରିଖ । କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ସିରକି ଜଙ୍ଗଲରେ ମାଓବାଦୀ ମାନଙ୍କ ସହ ଅନୁଗୋଳ ମାଟିର ପୁଅ ଦେବାଶିଷ ସେଠୀ ଲଢ଼ି ବୀରଗତି ପ୍ରାପ୍ତ ହୋଇଥିଲେ । ସେହି ମାଓ ଅପରେସନ ସମୟରେ ୫ ଜଣ ମାଓବାଦୀ ନିହତ ହେବା ସହ ୨ ଜଣ ଯବାନ ମଧ୍ୟ ବୀରଗତି ପ୍ରାପ୍ତ ହୋଇଥିଲେ। ୨ ଯବାନଙ୍କ ମଧ୍ୟରୁ ଜଣେ ହେଲେ ଦେବାଶିଷ ସେଠୀ । ପ୍ରତିଦିନ ପରି ସିରକି ଜଙ୍ଗଲରେ ମାଓ ଅପରେସନରେ ଯାଉଥିବା ବେଳେ ମାଓବାଦୀଙ୍କ ସହ ସମ୍ନାସାମ୍ନି ହୋଇଥିଲେ । କିଛି ସମୟରେ ଘମାଘୋଟ ଗୁଳିବିନିମୟ ପରେ ଦେବାଶିଷ ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ସେଥିପାଇଁ ଆଜି ତାଙ୍କ ପରିବାରକୁ ସମ୍ମାନ ଜନକ ସୌରଚକ୍ର ପ୍ରଦାନ କରିଛନ୍ତି ଅନଗୁଳ ଆରକ୍ଷୀ ଅଧିକ୍ଷକ। ଏହା ସହିତ ଦେବାଶିଷଙ୍କ ପରିବାରକୁ ୧୦ ଡ଼ିସିମିଲ ଜାଗାର ଘରବାରି ପଟ୍ଟା ପ୍ରଦାନ କରିଛନ୍ତି ଅନୁଗୋଳ ଜିଲ୍ଲାପାଳ।