ମଲାଲୋକଙ୍କ ଫୋଟ ଘରର ଏହି ସ୍ଥାନରେ ଭୁଲରେ ବି ଲଗାନ୍ତୁ ନାହିଁ

0

ସମସ୍ତଙ୍କ ଘରେ ପିତୃପୁରୁଷଙ୍କ ଫଟୋ ରହିଥାଏ । ବିଶ୍ୱାସ କରାଯାଏ ଯେ ପିତୃପୁରୁଷଙ୍କ ଫଟୋ ଘରେ ରଖିଲେ ସେମାନଙ୍କ ଆଶୀର୍ବାଦ ପରିବାର ଉପରେ ପଡିଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ପିତୃପୁରୁଷଙ୍କ ଫଟୋ ରଖିବାବେଳେ କିଛି ନିର୍ଦ୍ଧିଷ୍ଟ ଦିଗ ପ୍ରତି ଧ୍ୟାନରେ ଦେବା ଉଚିତ ବୋଲି କୁହାଯାଇଛି । ଯଦି ଆପଣ ସେହି ସବୁ ନିୟମ ନ ମାନି ଫୋଟ ରଖନ୍ତି ,ତେବେ ଘରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇପାରେ । ଘରେ ପିତୃପୁରୁଷଙ୍କ ଫଟୋ ରଖିବାବେଳେ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ ଆସନ୍ତୁ ଜାଣିବା |
-ଠାକୁର ଘରେ ହେଉବା ଅନ୍ୟ କେଉଁଠି ଦେବାଦେବୀଙ୍କ ଫଟୋ ସହିତ ଆମର ପୂର୍ବପୁରୁଷମାନଙ୍କର ଫଟୋ କେବେବି ଏକାଠି ରଖିବା ଉଚିତ୍ ନୁହେଁ । ଏହା ଅଲଗା ଯେ ଆମର ପିତୃପୁରୁଷମାନେ ମଧ୍ୟ ଦେବତାଙ୍କ ପରି ଶକ୍ତିଶାଳୀ କିନ୍ତୁ ସେମାନେ ଦେବତାଙ୍କ ସହ ସମାନ ନୁହନ୍ତି । ଏହା କରିବା ଦ୍ୱାରା ଦେବଦୋଷ ଲାଗିଥାଏ ଏବଂ ଦେବତାମାନଙ୍କର ଶୁଭ ଫଳାଫଳ ପାଇବାରୁ ବଞ୍ଚିତ ହୋଇ ପାରନ୍ତି ।
-ବସ୍ତୁବାଦୀଙ୍କ ଅନୁଯାୟୀ, ଶୋଇବା ଘର କିମ୍ବା ରୋଷେଇ ଘରେ ପିତୃପୁରୁଷଙ୍କ ଫଟୋ ଖିବା ଉଚିତ୍ ନୁହେଁ । ଶୟନ କକ୍ଷ କିମ୍ବା ରୋଷେଇ ଘରେ ପିତୃପୁରୁଷଙ୍କ ଚିତ୍ର ରଖିଲେ ପାରିବାରିକ ମତଭେଦ ବଢିଥାଏ ଏବଂ ସୁଖ – ସମୃଦ୍ଧତା ମଧ୍ୟ ହ୍ରାସ ହେବାକୁ ଲାଗିଥାଏ । ପରବରରେ ସର୍ବଦା ବିପଦ ମାଡି ଆସେ, ସ୍ୱାସ୍ଥ୍ୟରେ ଅବନତି ଦେଖାଯାଏ ।
-ଘରର ମଧ୍ୟ ଭାଗରେ ପିତୃପୁରୁଷଙ୍କ ଚିତ୍ର ରଖିବା ଉଚିତ୍ ନୁହେଁ । କାରଣ ଏପରି କରିବା ଦ୍ୱାରା ସମ୍ମାନ ନଷ୍ଟ ହୋଇଥାଏ । ଘରର ପିତୃପୁରୁଷଙ୍କ ଫଟୋ କେବେବି ଘରର ଜୀବନ୍ତ ବ୍ୟକ୍ତିଙ୍କ ଫଟୋ ସହିତ ସଂଲଗ୍ନ କରି ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଜୀବନ୍ତ ବ୍ୟକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଯାହା ଜୀବନ୍ତ ବ୍ୟକ୍ତିଙ୍କ ଜୀବନ କାଳ ହ୍ରାସ ହେବା ସହ ବିପଦ ଡାକି ଆଣେ ।

ପିତୃପୁରୁଷଙ୍କ ଫଟୋ କେବେବି ଘରେ ଝୁଲିବା କିମ୍ବା ଓହଳିବା ଉଚିତ୍ ନୁହେଁ। ସବୁବେଳେ କୌଣସି କାଠ ଷ୍ଟାଣ୍ଡ ଉପରେ ତାହାକୁ ରଖିବା ଉଚିତ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିର ଜୀବନ ମଧ୍ୟ ଛବି ପରି ଓହଳିଯାଏ। ଏବଂ ପରିବାର ଉପରେ ତାଙ୍କ କୋପ ଦୃଷ୍ଟି ପଡିଥାଏ। ଆର୍ଥିକ ସମସ୍ୟା ଦେଖାଯିବା ସହ କାଙ୍ଗାଳ ଅବସ୍ଥାକୁ ସ୍ଥିତି ଆସିଯାଏ । ପରିବାରରେ ଅକାଳ ମୃତ୍ୟୁ ଯୋଗ ହୋଇପାରେ।
-ଘରେ ପିତୃପୁରୁଷଙ୍କ ଫଟୋ ଏମିତି ଜାଗାରେ ରଖିବା ଉଚିତ, ଯେପରି ସମସ୍ତଙ୍କ ନଜର ପ୍ରଥମେ ତା’ ଉପରେ ନ ପଡ଼ିବ। ବାସ୍ତୁ ଅନୁସାରେ, ମୃତ ବ୍ୟକ୍ତିଙ୍କ ଫଟୋ ଉପରେ ବାହାର ଲୋକଙ୍କ ନଜର ପଡ଼ିଲେ ନକାରାତ୍ମକ ଶକ୍ତି ଘର ଭିତରକୁ ଆସିଥାଏ। ଏହାସହ ଘରେ ପିତୃପୁରୁଷଙ୍କର ଏକାଧିକ ଲଗାଇବା ଉଚିତ ନୁହେଁ।
ପିତୃପୁରୁଷଙ୍କଫଟୋ ଘରର ଏହି ସ୍ଥାନରେ ରଖନ୍ତୁ : ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ଭାଗର କୋଠରୀରେ ପିତୃପୁରୁଷଙ୍କ ଚିତ୍ର ସବୁବେଳେ ଲଗାଯିବା ଉଚିତ୍ । ଯଦି ଏହା ସମ୍ଭବ ନୁହେଁ, ତେବେ ଘରେ ଥିବା ପିତୃପୁରୁଷଙ୍କ ଚିତ୍ର ଉତ୍ତର କାନ୍ଥରେ ଲଗେଇବା ଉଚିତ, ଏହାଦ୍ୱାରା ସେମାନଙ୍କର ଦୃଷ୍ଟିକୋଣ ସର୍ବଦା ଦକ୍ଷିଣ ଆଡକୁ ରହିବ। ଏହା କରିବା ଦ୍ୱାରା ଘର ଅକାଳ ମୃତ୍ୟୁ ଏବଂ ସଙ୍କଟରୁ ରକ୍ଷା ପାଇଥାଏ ବୋଲି ବିଶ୍ୱାସ କରାଯାଏ ।

Leave a comment