ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା; ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

0

ଓଡ଼ିଆ ଡ଼ିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁ ଘଟଣା । ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ମୃତକଙ୍କ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ କରିିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି ।

ଅନ୍ୟପଟେ ଏହି ଘଟଣାରେ ରହସ୍ୟ ଖୋଲିବ ସିଡିଆର । ଏହି ଲୋକପ୍ରିୟ ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ତରଫରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ୁଥିବାବେଳେ ଏହାର ପ୍ରକୃତ କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିପରି ମୃତକଙ୍କ ମୋବାଇଲରେ ଯୁବତୀଙ୍କ ସହ ଚାଟ କରିଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

Leave a comment

You cannot copy content of this page