ମୃତ୍ୟୁ ଏମିତିବି ଆସେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇ ର ବାନ୍ଦ୍ରା ଅଞ୍ଚଳରେ ୧୧ ମହଲା ଉପରୁ ଖସି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ଙ୍କ ନାମ ରାଧାଶ୍ୟାମ ହରିଜନ ଓ ତାଙ୍କ ବୟସ ୬୦ ବର୍ଷ। ରାଧାଶ୍ୟାମଙ୍କ ପ୍ରକୃତ ଘର ଉତ୍ତରପ୍ରଦେଶରେ। ରାଧାଶ୍ୟାମ ବାନ୍ଦ୍ରାର ହିଲ୍ ରୋଡ ସ୍ଥିତ ଏଭ୍ରେଷ୍ଟ ସୋସାଇଟିରେ ଗତ ୧୦ବର୍ଷ ହେବ କାମ କରୁଥିଲେ। ଗତକାଲି ସକାଳ ପ୍ରାୟ ୯ ଟା ବେଳେ ୧୧ ନମ୍ବର ଫ୍ଲୋରକୁ ଜଣେ ବ୍ୟକ୍ତି ଙ୍କ ଗାଡ଼ି ଚାବି ଆଣିବାକୁ ରାଧାଶ୍ୟାମ ଯାଇଥିଲେ। ସେ ଘରର ବେଲ ମାରିଥିଲେ ମାତ୍ର କେହି କବାଟ ନଖୋଲିବାରୁ ଫେରିଆସି ଲିଫ୍ଟ ର ବଟନ ଦବାଇଥିଲେ। ସେତେବେଳେ ଲିଫ୍ଟ ଟି ୧୭ ନମ୍ବର ଫ୍ଲୋର ରେ ଥିଲା ମାତ୍ର ୧୧ ନମ୍ବର ଫ୍ଲୋର ର ଲିଫ୍ଟ କବାଟ ଖୋଲି ଯିବାରୁ ରାଧାଶ୍ୟାମ ଅନ୍ୟମନସ୍କ ରେ ଲିଫ୍ଟ ଭିତରକୁ ପାଦ ଦେଇଦେବାରୁ
ସେ ୧୧ମହଲା ତଳକୁ ଖସି ପଡିଥିଲେ। ଅନ୍ୟ କର୍ମଚାରୀ ମାନେ ଜୋରରେ ଶବ୍ଦ ଶୁଣି ମ୍ୟାନେଜର କୁ ଜଣାଇଥିଲେ। ମ୍ୟାନେଜର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହଯୋଗ ରେ ରାଧାଶ୍ୟାମଙ୍କୁ ଉଦ୍ଧାର କରିଥିଲେ।
ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାଟିର ତଦନ୍ତ ଚଳାଇଛି।