ଦୌଡୁ ଦୌଡୁ ଚାଲିଗଲା ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସିଲେକ୍ସନ ବୋର୍ଡ଼ ପକ୍ଷରୁ କଟକ ଓଏଏସ୍ଏପି ବାଟାଲିୟନ୍ରେ ଆୟୋଜିତ କନେଷ୍ଟବଳ, ସିପାହୀ ପରୀକ୍ଷା ପାଇଁ ଚାଲିଥିବା ଶାରୀରିକ ଦକ୍ଷତା ପରୀକ୍ଷା କ୍ରସ କଣ୍ଟ୍ରି ସମୟରେ ଏକ ଅଘଟଣ ଘଟିଯାଇଛି । ଦୌଡ଼ ପ୍ରତିଯୋଗିତା ସମୟରେ ଦୁଇ ଜଣ ପ୍ରାର୍ଥୀ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୁଖାପଡ଼ା ର ସୁରେଶ ଚନ୍ଦ୍ର ପ୍ରଧାନ(୨୨) ଓ ପୁରୀ ର ସରୋଜ ସାହୁ(୨୨) । ମାତ୍ର ସେଠାରେ ସୁରେଶ ଙ୍କ ମୃତ୍ୟୁ ହୋଇଯାଇଥିଲା । ନୁଖାପଡ଼ା ରେ ସୁରେଶ ଙ୍କ ଶବ ପହଞ୍ଚିବା ପରେ ନୂଖାପଡ଼ା ଛକରେ ସ୍ଥାନୀୟ ଲୋକ ଶବ ରଖି ରାସ୍ତାରୋକ କରିଥିଲେ।
ସୂଚନା ଅନୁଯାୟୀ, ରାଜ୍ୟ ସିଲେକ୍ସନ ବୋର୍ଡ଼ ପକ୍ଷରୁ କଳାହାଣ୍ଡି ୯ମ ବାଟାଲିୟନ୍ର ୩୭ ଟି ସିପାହୀ ଏବଂ ରାଜ୍ୟ ର ଅନ୍ୟ ସିପାହୀ ପଦବି ପାଇଁ ଗତ ୬ ତାରିଖରୁ ଏକକାଳୀନ ପରୀକ୍ଷା ହେଉଥିଲା । ଗତ କାଲି ସେ ୧୬୦୦ ମିଟର ଦୌଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ମାତ୍ର ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡିଯାଇଥିଲେ ।
ମୃତ ପରୀକ୍ଷାର୍ଥୀଙ୍କ ଙ୍କ ଭାଇ ନରେଶ ଙ୍କ କହିବାନୁସାରେ ସୁରେଶ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଡାକ୍ତରମାନେ ତାଙ୍କର ଚିକିତ୍ସା ରେ ଅବହେଳା କରିବାରୁ ସୁରେଶଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଆସି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।