ଜୀବନ ନେଲା ପ୍ରତିଷେଧକ ଟୀକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରୋଗ ପ୍ରତିଷେଧକ ଟିକା ନେବା ପରେ ଏକ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ ପୁସ୍କଳା ଗାଁରେ।ଟିକା ଦେବାର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଟୀକା ଦେଇଥିବା ଏଏନଏମଙ୍କୁ ଅଟକ ରଖିଥିବା ଜଣାପଡିଛି। କ୍ଷତିପୁରଣ ମିଳିବା ପରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆସିବା ପରେ ଯାଇ ଏଏନ୍ଏମ୍ କର୍ମୀଙ୍କୁ ଛଡା ଯିବ ବୋଲି ଉତ୍ତ୍ୟକ୍ତ ଲୋକେ ଅଡି ବସିଛନ୍ତି।

ଏ ସମ୍ପର୍କରେ ମୃତ ଶିଶୁର ବାପା କହିଛନ୍ତି, ଗତକାଲି ଛୁଆକୁ ଟିକା ଦିଆଯାଇଥିଲା। ଟିକା ଦେଇ ଘରକୁ ଆସିଲା ପରେ ଇଞ୍ଜେକସନ୍ ଦିଆଯାଇଥିବା ଜାଗାରୁ ଦୁଇ ଥର ରକ୍ତ ବାହାରି ଥିଲା। ଏହାପରେ ଛୁଆର ବେକ ବୁଲି ଯାଇଥିଲା। କିଛି ଖାଦ୍ୟ ଖାଇଲା ନାହିଁ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଛୁଆଟିର ମୃତ୍ୟୁ ଘଟିଥିଲା।

Leave a comment