ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଣପୁର ଗାଁରେ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗାଁର ଅରୁଣ ଜେନା ଏବଂ ତାଙ୍କ ପତ୍ନୀ ଦିପ୍ତିମୟୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ଫଳରେ ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ମୃତ ମହିଳା ଏବଂ ତାଙ୍କ ସ୍ବାମୀ ଉଭୟ ସରକାରୀ ଶିକ୍ଷକ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ କୋରେଇ ଥାନା ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

Leave a comment

You cannot copy content of this page