ବ୍ୟକ୍ତିର ମୃତ୍ୟୁ ପରେ କାହିଁକି କରାଯାଏ ବ୍ରାହ୍ମଣ ଭୋଜନ ? ଜାଣନ୍ତୁ
ମୃତ୍ୟୁକୁ ନେଇ ହିନ୍ଦୁଧର୍ମରେ ବହୁତ କିଛି ରୀତି ନୀତି ପରମ୍ପରା ରହିଛି। ଆଉ ଯଦି କାହାର ମୃତ୍ୟୁ ପରେ ସେହି ରୀତି ନୀତିକୁ ପାଳନ ନ କରାଯାଏ ତାହେଲେ ମୃତକଙ୍କର ଆତ୍ମାକୁ ଶାନ୍ତି ମିଳିନଥାଏ ଏବଂ ଆତ୍ମା ଚାରିଆଡେ ଘୂରି ବୁଲିଥାଏ। ଏହି କାରଣରୁ ମୃତ୍ୟୁ ପରେ ପରମ୍ପରାକୁ ବହୁତ ମାନ୍ୟତା ଦିଆଯାଏ। ଆଉ ଯଦି ମୃତକଙ୍କ ଆତ୍ମାକୁ ଶାନ୍ତି କରାନଯାଏ ତାହେଲେ ପରିଜନଙ୍କ ଜୀବନ ଅସୁବିଧାରେ ପଡିଯାଏ ଏବଂ ସେମାନଙ୍କୁ ତାଙ୍କ ପୂର୍ବଜ ମାନଙ୍କର ଆଶିର୍ବାଦ ମିଳିନଥାଏ।
ଗରୁଡ ପୁରାଣରେ ଜୀବନ ଏବଂ ମୃତ୍ୟୁ ବ୍ୟତୀତ ଆତ୍ମାର ଯାତ୍ରା ବିଷୟରେ ମଧ୍ୟ କୁହାଯାଇଛି। ଏହାସହିତ ମୃତ୍ୟୁ ପରେ କରାଯାଉଥିବା ସଂସ୍କାର, ରୀତି ନୀତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ କୁହାଯାଇଛି। ଏଥିରେ ବ୍ରାହ୍ମଣ ଭୋଜନକୁ ନେଇ ବି କୁହାଯାଇଛି। ତେଣୁ କେନ୍ୟୁଜରେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୃତକଙ୍କ ଦଶାହ ପରେ କାହିଁକି ବ୍ରାହ୍ମଣ କରାଯାଏ ଏବଂ ଏହାକୁ ନେଇ କଣ ପରମ୍ପରା ରହିଛି।
ଗରୁଡ ପୁରାଣ ଅନୁଯାୟୀ ମୃତ୍ୟୁ ପରେ ମୃତକଙ୍କ ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ନିଜ ଘରେ ହିଁ ରହିଥାଏ। ୧୩ ଦିନ ପରେ ମୃତକଙ୍କ ଆତ୍ମାରେ ଏତେ ଶକ୍ତି ନଥାଏ ଯେ ସେ ଯମଲୋକକୁ ଯାଇପାରିବ। ତେଣୁ ୧୦ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରି ଆତ୍ମାକୁ ଶକ୍ତି ଦିଆଯାଏ। ଯାହାଦ୍ୱାରା ମୃତକଙ୍କ ଆତ୍ମା ଯମଲୋକ ପର୍ଯ୍ୟନ୍ତ ଯାଇପାରିବ। ଏହାପରେ ଦଶାହର ୩ ଦିନରେ ଆତ୍ମାର ବହୁତ ସୂକ୍ଷ୍ମ ଶରୀର ତିଆରି ହୋଇଯାଏ ଏବଂ ତାପରେ ସେ ଯମଲୋକକୁ ଯାତ୍ରା କରିପାରିଥାଏ। ଏଥିପାଇଁ ମୃତ୍ୟୁର ୧୩ ଦିନ ପର୍ଯ୍ୟନ୍ତ କର୍ମ କରାଯାଏ ଯେମିତି ମୃତକଙ୍କ ଆତ୍ମା ଯମଲୋକକୁ ଯାଇପାରିବ।
ଯଦି ପିଣ୍ଡଦାନ ନ କରାଯାଏ ଯମଦୂତ ଆତ୍ମା ଯମଲୋକ ପର୍ଯ୍ୟନ୍ତ ନେଇଥାଏ। ଆଉ ଏହି ଯାତ୍ରା ସମୟରେ ବହୁତ କଠିନ ସ୍ଥିତି ଦେଇ ଯିବାକୁ ପଡିଥାଏ। ତେଣୁ ଏହି ଯାତ୍ରାକୁ ସହଜ ଆଉ ସଫଳ କରିବା ପାଇଁ ବିଭିନ୍ନ ପ୍ରକାର କର୍ମ କରାଯାଏ। ସେହିପରି ଆତ୍ମା ଶାନ୍ତି ପାଇଁ ବ୍ରାହ୍ମଣ ଭୋଜନ କରାଯାଏ କାହିଁକିନା ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ତେଣୁ ବ୍ରାହ୍ମଣ ଭୋଜନ କରାଯାଇ ଆତ୍ମାକୁ ଶାନ୍ତି ଦିଆଯାଏ।
ଆପଣ ଲକ୍ଷ୍ୟ କରିଥିବେ ଯେ ମୃତକଙ୍କ ମୃତ କର୍ମ କରିବା ସମୟରେ ମୃତକଙ୍କ ପାଇଁ ମଧ୍ୟ ଥାଳି ଲଗାଯାଏ। ତାଙ୍କ ଉଦ୍ଦେଶ୍ୟରେ ବି ଥାଳିରେ ଭୋଜନ ବାଢ଼ି ଦିଆଯାଏ। ମୃତକଙ୍କୁ ସମ୍ମାନ କରାଯାଇ ଏପରି କରାଯାଏ। କାହିଁକିନା ମରିବାର ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ଘରେ ହିଁ ରହିଥାଏ। ସେଥିପାଇଁ ଘରର ଅନ୍ୟ ସଦସ୍ୟଙ୍କ ଭଳି ତାଙ୍କୁ ମଧ୍ୟ ଖାଦ୍ୟ ପରଷାଯାଏ। ଗରୁଡ ପୁରାଣକୁ ନେଇ ଯେଉଁ କଥା ଆମେ ଆପଣଙ୍କୁ ଜଣାଇଲୁ ତାହା ସୂଚନା ଭିତ୍ତିକ ଏବଂ ଲୋକ ମାନ୍ୟତା ଉପରେ ଆଧାରିତ କଥା।ସ୍ୱତତେ