ଅନ୍ତିମ ସଂସ୍କାରରେ କାହିଁକି ଦିଆଯାଏ ଏସବୁ
ବିଭିନ୍ନ ଧର୍ମର ଲୋକ ବାସ କରୁଥିବା ବେଳେ ସମସ୍ତ ଧର୍ମର ରୀତିନୀତି ଭିନ୍ନ ଭିନ୍ନ ରହିଥାଏ । ତେବେ ମୃତ୍ୟୁ ସମୟରେ ମଧ୍ୟ ଲୋକମାନେ ଭିନ୍ନ ଭିନ୍ନ ରୀତିନୀତି ପାଳନ କରୁଥିବାର ଦେଖିବାକୁ ମିଳେ। ସେହିଭଳି ଏକ ପରମ୍ପରା ହିନ୍ଦୁ ଧର୍ମରେ ରହିଛି ଯାହାକୁ ବହୁ କାଳରୁ ପାଳନ କରାଯାଉଛି। ଏହି ପରମ୍ପରା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କ ସହିତ ତାଙ୍କର ବ୍ୟବହୃତ ସମସ୍ତ ଜିନିସ ଦାନ କରାଯାଇଥାଏ । ପ୍ରକୃତରେ ଏପରି କରିବା ପଛରେ ଉଭୟ ପାରମ୍ପରିକ ଏବଂ ବୈଜ୍ଞାନିକ କାରଣ ରହିଛି। ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ…
ଏହାର ପାରମ୍ପରିକ କାରଣ ହେଉଛି, ମୃତ ବ୍ୟକ୍ତିଙ୍କ ବ୍ୟବହୃତ ବସ୍ତୁ ରହିବା ଦ୍ୱାରା ଘରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ବାରାମ୍ବାର ତାଙ୍କ ବସ୍ତୁକୁ ଦେଖିବା ଦ୍ୱାରା ମନରେ ଦୁଃଖ ସୃଷ୍ଟି ହେବା ସହିତ ଘର ମଧ୍ୟରେ ଅଶାନ୍ତି ଲାଗି ରହିଥାଏ । କେହି କେହି କୁହନ୍ତି ସେହି ସବୁ ଜିନିଷ ପ୍ରତି ତାଙ୍କର ଆତ୍ମୀୟତା ରହିଥିବାରୁ ସେସବୁକୁ ଛାଡ଼ି ମୃତ ବ୍ୟକ୍ତିଙ୍କ ଆତ୍ମା ଯାଏ ନାହିଁ। ଏଣୁ ମୃତ ବ୍ୟକ୍ତିଙ୍କ ସହିତ ତାଙ୍କ ବ୍ୟବହୃତ ଜିନିଷ, ଶୋଇବା ବିଛଣା ଆଦି ମଧ୍ୟ ଦାନ କରାଯାଇଥାଏ । ଏହି ପରମ୍ପରାକୁ ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି । ବିଜ୍ଞାନ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବସ୍ତୁ ଘରେ ରହିବା ଦ୍ୱାରା ତାଙ୍କ ଶରୀରରେ ଥିବା ଜୀବାଣୁ ଏବଂ ରୋଗ ଅନ୍ୟ ବ୍ୟକ୍ତିଙ୍କୁ ହେବାର ଆଶଙ୍କା ରହିଥାଏ । ତେବେ ଏହି ଜିନିଷଟି ସେତେବେଳେ ଲାଗୁ ହୋଇଥାଏ ଯେତେବେେଳେ ମୃତ ବ୍ୟକ୍ତି ଜଣଙ୍କ କୌଣସି ପ୍ରକାରର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହାସହ ସେମାନେ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକ ତାଙ୍କ ପ୍ରିୟ ଜନଙ୍କ ମାନସିକ ଶକ୍ତି ଉପରେ ପ୍ରଭାବ ପକେଇଥାଏ।