ରାସ୍ତାରେ ଶବ ରଖି ପ୍ରତିବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖଣ୍ଡଗିରି ଅଞ୍ଚଳ ରେ ଦେବରାଜ ସେଠୀ ଗତକାଲି ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଠକମି ର ଶିକାର ହୋଇ ସେ ଏପରି ଚରମ ପଦକ୍ଷପ ନେଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଆରିକମା ଗ୍ରାମର ଦେବରାଜ ସେଠୀ ଓ ତାଙ୍କ ପତ୍ନୀ ଫୁଲେଶ୍ୱରୀ ବସ୍ତିରେ ଭଡାରେ ରହୁଥିଲେ। ଦେବରାଜ କୋଳଥିଆ ଛକରେ ଡ୍ରାଏ କ୍ଲିନର ଦୋକାନ କରିଥିଲେ । ତାଙ୍କୁ ୯୦ଟି କମ୍ବଳ ସଫା କରିବାକୁ ଦିଆଯାଇଥିଲା ତେଣୁ ସେ ତାହା ଯାଆଁଳା ର ବିଷ୍ଣୁ ଦାସଙ୍କ କ୍ଲିନର ରେ ସଫା କରିବା ପାଇଁ ଦେଇଥିଲେ । ମାତ୍ର ସେମାନଙ୍କ ମଧ୍ୟରେ ଟଙ୍କା କୁ ନେଇ ଯୁକ୍ତିତର୍କ ହେବାରୁ ଡ୍ରାଏ କ୍ଲିନ ମାଲିକ ତାଙ୍କୁ ୬୩ ଟି କମ୍ବଳ ଫେରାଇଥିଲେ। ଦେବରାଜ ୨୭ ହଜାର ଟଙ୍କା ନେଇ ଡ୍ରାଏ କ୍ଲିନରେ ଦେବାପରେ ମଧ୍ୟ ତାଙ୍କ ପରିବାର ଲୋକ ମିଶି ଦେବରାଜଙ୍କୁ କମ୍ବଳ ଦେବା ବଦଳରେ ମାଡ଼ ମାରିଥିଲେ। ଅନ୍ୟପଟେ ଗ୍ରାହକ ମାନେ ନିଜ କମ୍ବଳ ନପାଇ ଦେବରାଜଙ୍କୁ ଗାଳି ଗୁଳଜ କରୁଥିଲେ । କୌଣସି ଉପାୟ ନପାଇ ଶେଷରେ ଗତକାଲି ସେ ଡୁମଡୁମା ଫେଜ-୪ ସ୍ଥିତ ଏକ ବିଦ୍ୟାଳୟ ନିକଟରେ ଗଛରେ ଦଉଡି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଏମସକୁ ନିଆଯାଇଲା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସ୍ୱାମୀର ମୃତ୍ୟୁ ପାଇଁ ଦେବରାଜ ଙ୍କ ପତ୍ନୀ ପୋଲିସ କୁ ଦାୟୀ କରିବାସହ କିଛି ସ୍ଥାନୀୟ ଲୋକ ଓ ଦେବରାଜ ଙ୍କ ପତ୍ନୀ ଦେବରାଜଙ୍କ ମୃତ ଦେହ ରଖି ଖଣ୍ଡଗିରି ରାସ୍ତା ଅବରୋଧ କରିଥିଲେ। ଏହି କେସ ଟି ଖଣ୍ଡଗିରି ଥାନା ଅଞ୍ଚଳରେ ଆସୁନଥିବାରୁ ପୋଲିସ ଲୋକଙ୍କୁ ବୁଝାସୁଝା କରି ଏ ମାମଲା କୁ ଜଟଣୀ ଥାନାକୁ ନେବାକୁ ପରାମର୍ଶ ଦେଇଥିଲେ।