ବିଜେପୁର ଉପନିର୍ବାଚନ ପୂର୍ବରୁ ହିଂସା, ବ୍ଲକ ସଂଯୋଜକଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଆଉ ହାତ ଗଣତି କିଛିଦିନ ବାକିଥିବା ବେଳେ ସେଠାରେ ନିର୍ବାଚନୀ ହିଂସା ଦେଖାଦେଇଛି । ଏହି ଉପନିର୍ବାଚନ ପେଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣିସେନ ମହଲାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ସେ ଗତ ୧୨ ତାରିଖରୁ ନିଖୋଜ ଥିଲେ । ତରଣିସେନଙ୍କ ନିଖୋଜ ହେବାନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁଯାୟୀ, ଗାଇସିଲଟ ବ୍ଲକ ନୂଆପାଲି ଗାଁର ତରଣିସେନ ବିଜେପୁର ଉପନିର୍ବାଚନ ପେଟ୍ରୋଲିଂ ଦାୟିତ୍ୱରେ ଥିଲେ ଏବଂ ଗତ ୧୨ତାରିଖରୁ ସେ ନିଖୋଜ ଥିଲେ । ତାଙ୍କ ମୃତଦେହ ବିଜେପୁର ଡମ୍ପିୟାର୍ଡରୁ ଉଦ୍ଧାର କରାଯାଇଛି । ସନ୍ଦେହରେ ପୋଲିସ ୩ ଜଣକୁ ଅଟକରଖି ପଚରାଉଚୁରା କରୁଛି । ନିର୍ବାଚନକୁ ଆଉ ମାତ୍ର ୫ଦିନ ଥିବାବେଳେ ଏହି ହତ୍ୟାକାଣ୍ଡ ନିର୍ବାଚନୀ ଉଷ୍ମତା ବୃଦ୍ଧି କରିଛି ।

Leave a comment