ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ମୁଣ୍ଡ ଓ ଆଖିରେ ଗଭୀର କ୍ଷତ, ହତ୍ୟା ସନ୍ଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗ୍ରାମର ଏକ ପୋଖରୀରୁ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସଅଁରାପଶି ଗ୍ରାମର ମଲ୍ଲି ମୁଣ୍ଡା । ସେ ଝିଞ୍ଜିରିନାଳି ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାମକୁ ଯୋଗଦେବାକୁ ଆସିଥିଲେ ।

ସୂଚନା ଅନୁଯାୟୀ, ଆଜି ସକାଳୁ ଝିଞ୍ଜିରିନାଳି ଗ୍ରାମର କିଛି ଲୋକ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପିଖରୀ ପାଖରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କ ମୁଣ୍ଡ ଓ ଆଖିରେ ଗଭୀର କ୍ଷତ ଲାଗିଛି ତେଣୁ ତାଙ୍କୁ ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ଗ୍ରାମବସୀ ସନ୍ଦେହକରୁଛନ୍ତି । ପୋଖରୀରୁ ଉଦ୍ଧାର ପରେ ଶବ ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ସହ ଘଟଣାର ତଦନ୍ତ କରୁଛି ପାଟଣା ପୋଲିସ ।

Leave a comment