ଚୁପ ରୁହ ନହେଲେ ଚଣ୍ଡୀରୂପ ଦେଖାଇବି

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଭକ୍ତ ସାଲବେଗଙ୍କ ରଚିତ ଜଗନ୍ନାଥ ଜଣାଣ “ଆହେ ନୀଳ ଶଇଳକୁ” କଦର୍ଯ୍ୟ କରି ଗାଇବା ପରଠାରୁ ସୋନା ମହାପାତ୍ରଙ୍କ ପିଛା ଛାଡ଼ୁନି ବିବାଦ। ସୋସିଆଲ ମିଡିଆ ଓ ଗଣମାଧ୍ୟମ ଗୁଡ଼ିକରେ ସୋନା ବହୁ ସମାଲୋଚିତ ହେବାପରେ ସେ ଏବେ ବିଚଳିତ ହୋଇପଡ଼ିଛନ୍ତି।
ପ୍ରବଳ ସମାଲୋଚନାର ପ୍ରତିବାଦରେ ସେ ସୋସିଆଲ୍ ମିଡିଆରେ ଅତ୍ୟନ୍ତ କ୍ରୋଧର ସହ ସମସ୍ତଙ୍କୁ ଗାଳି ଦେଇ କିଛି ଲେଖା ପୋଷ୍ଟ କରିଛନ୍ତି। ଯାହା ତାଙ୍କର ଔଦ୍ଧତ୍ୟ ପଣିଆକୁ ସ୍ପଷ୍ଟ କରୁଛି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ କୁଠାରଘାତ କରିବା ପରେ ବି ସେ ନେଇ ସେ କୌଣସି ଯାଗାରେ ଦୁଃଖ ପ୍ରକାଶ କରିନାହାନ୍ତି।
ବରଂ ତାଙ୍କ ପୋଷ୍ଟରୁ ଲାଗୁଛି, ସତେ ଯେପରି ସେ ଜାଣିଶୁଣି ବିବାଦକୁ ଆମନ୍ତ୍ରଣ କରୁଛନ୍ତି। ବିବାଦରେ ରହିବାକୁ ସେ ଭଲ ପାଉଛନ୍ତି।
ସୋନା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି- ‘ଓଏ, ଚୁପ ରୁହ ତୁମେ। ତୁମର ମୁର୍ଖାମୀ କିଛିଦିନ ହେଲା ଯଥେଷ୍ଟ ସହିଲିଣି। କିଛିଦିନ ହେଲା ତମ ଅସଭ୍ୟ ବାନ୍ତି ମୋ ଟାଇମ୍ ଲାଇନ୍ରେ ଦେଖୁଛି। ତୁମେ ଯଦି ଚୁପ ନରୁହ, ତେବେ ମୁଁ ସଂପୂର୍ଣ ଉଲଗ୍ନ ହୋଇ ହାଇ ହିଲ୍ ପିନ୍ଧି ମୋର ପ୍ରକୃତ ଚଣ୍ଡୀରୂପ ଦେଖାଇବି।
ତେବେ ତାଙ୍କର ଏପରି ଅଭଦ୍ର ବ୍ୟବହାର, ତାଙ୍କ ବିକୃତ ଭଜନ ଗାୟନକୁ ବି ବଳିଗଲାଣି। ଏପଟେ ବିଭିନ୍ନ ସ୍ଥାନରେ ସୋନାଙ୍କ ପୋଷ୍ଟର ଜଳା ଆଉ କେତେକ ଥାନାରେ ତାଙ୍କ ନାଁ ରେ ମାମଲା ବି ରୁଜୁ ହୋଇଛି। ଏତେ ସବୁ ବିବାଦ ସତ୍ତ୍ବେ ସେପଟେ କିନ୍ତୁ ୟୁଟ୍ୟୁବରେ ସୋନାଙ୍କ ବିବାଦୀୟ ଭଜନରେ ଭ୍ୟୁଅରଙ୍କ ସଂଖ୍ୟା ବଢୁଥିବା ଦେଖା ଯାଉଛି।