କେନ୍ଦ୍ରାପଡା ଗସ୍ତର ୨ୟ ଦିନ; ବରାହଜୀଉ ମନ୍ଦିର ପରିଦର୍ଶନ ସହ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ୟାର ସମୀକ୍ଷା କଲେ 5T ସଚିବ
କେନ୍ଦ୍ରାପଡ଼ା ଆଳି ଦେମାଳର ବରାହଜୀଉ ମନ୍ଦିର ହେବ ପର୍ଯ୍ୟଟକଙ୍କ ନୂଆ ଡେଷ୍ଟିନେସନ । ବରାହଜୀଉ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ମନ୍ଦିରର ଉନ୍ନତିକରଣରେ ଲୋକଙ୍କ ସହାୟତା ପାଇଁ ଆହ୍ବାନ ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । କେନ୍ଦ୍ରାପଡ଼ା ଗସ୍ତର ଦ୍ବିତୀୟ ଦିନରେ ସକାଳୁ ସକାଳୁ ବରାହଜୀଉ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିଛନ୍ତି ।
ମନ୍ଦିରର ଉନ୍ନତିକରଣ ନେଇ ପ୍ରସ୍ତୁତ ନକ୍ସା ଦେଖିବା ସହ ମନ୍ଦିର ପରିବେଶ ବୁଲି ଦେଖିଛନ୍ତି । ମନ୍ଦିରର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ସେବାୟତଙ୍କ ସହ କଥା ହୋଇଛନ୍ତି 5T ସଚିବ ।ମନ୍ଦିରର ପହଞ୍ଚିବା ପରେ ମହିଳାମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଫୁଲତୋଡା ଦେଇ ସ୍ବାଗତ କରିବା ସହ ତାଙ୍କ ସହ ସେଲଫି ଉଠାଇଛନ୍ତି ।
ଏହାପରେ ରାଜକନିକା ସିଏଚସି ଯାଇ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି 5T ସଚିବ । ଏହା ପୂର୍ବରୁ ଆଳି ଫୁଟବଲ ଷ୍ଟାଡିୟମ ବୁଲି ଦେଖିଥିଲେ 5T ସଚିବ । ୫୦ରୁ ଅଧିକ ବାଳିକା ଫୁଟବଲ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ଭି.କେ ପାଣ୍ତିଆନ୍ । ଓଡ଼ିଶା ନୁହେଁ ଦେଶର ନାଁ ରଖିବା ସହ ଭଲ ଖେଳିବାକୁ ପରାମର୍ଶ ଦେଇଥିଲେ । ଖେଳାଳିଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ଏହାପରେ ମିଶନ ଶକ୍ତି ଦ୍ବାରା ପରିଚାଳିତ ମେଡିକାଲ କ୍ୟାଣ୍ଟିନରେ ଭୋଜନ କରିଥିଲେ । ଖାଦ୍ୟର ମାନ ଯାଞ୍ଚ କରିବା ସହ ମହିଳାଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ତରାସ ଓ ବଡପାଲ୍ଲି 5T ହାଇସ୍କୁଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ରାଜନଗର ସିଏଚସି ଓ ବାଲିସାହିପାଟଣାରେ ମିଲ୍କ ଶକ୍ତି ପ୍ରୋସେସିଂ ୟୁନିଟର ଅନୁଧ୍ୟାନ କରିବେ । ସେଠାରୁ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର, ବାୟା ବାବା ମଠ ଯିବେ । ଭାଟପଡ଼ା ଓ ଗୁପ୍ତିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ପରେ ରାଜନଗର ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରି ସଂସ୍କୃତି ଭବନରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।