ରତ୍ନଭଣ୍ଡାର ଖୋଲାଯିବା ନେଇ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

0

ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା । ଏନେଇ ନିଷ୍ପତି ସରିଥିବା ବେଳେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏନେଇ ସରକାର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ । ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ କୁହାଯାଉଛି ତାହା ଗୁଜବ । ଏହି ଗୁଜବକୁ ଲୋକେ ବିଶ୍ବାସ ନକରିବାକୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅପିଲ କରିଛନ୍ତି ।

ସେପଟେ ଜୁଲାଇ ୮ରୁ ଖୋଲିପାରେ ରତ୍ନଭଣ୍ଡାର । ଏହିଦିନଠୁ ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୫ ତାରିଖରେ ଓଡିଶା ଆସୁଛନ୍ତି । ତାଙ୍କ ଗସ୍ତସୂଚୀରୁ ଏଭଳି ସଙ୍କେତ ମିଳିଛି । ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁଲାଇ ୫ ତାରିଖ ଅପରାହ୍ଣ ୨ଟା ପରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ । ବୈଠକରେ ନିଷ୍ପତି ନିଆଯିବା ପରେ ଜୁଲାଇ ୮ ତାରିଖରୁ ରତ୍ନୠଣ୍ଡାର ଖୋଲିବା ସହ ଗଣତିମଣିତ କାମ ଆରମ୍ଭ ହୋଇପାରେ । ଏଭଳି ୧୯ ଦିନ ଧରି ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର କାମ ଚାଲିବ ।

Leave a comment