ବାସି ଖାଦ୍ୟ ଖାଇଲେ ବି ହୋଇପାରେ ଲିଭର ଡ୍ୟାମେଜ, ଜାଣନ୍ତୁ କାରଣ

ହେପାଟାଇଟିସ୍ ଏପରି ଏକ ରୋଗ ଯାହା ବ୍ୟକ୍ତିର ଲିଭର ଡ୍ୟାମେଜ କରିଦେଇଥାଏ । ଲିଭର ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଏହାକୁ ଡିଟକ୍ସିଫାଏ କରିଥାଏ । ହେପାଟାଇଟସ୍ ୫ ପ୍ରକାର ଯଥା- ହେପାଟାଇଟସ୍, ବି,ସି,ଡି,ଇ ଓ ଏ । ଡାକ୍ତରଙ୍କ କହିବା ଅନୁଯାୟୀ ହେପାଟାଇଟସ୍ ବି,ସି,ଡି ଶରୀରରେ ସଂକ୍ରମିତ(ଇନଫେକ୍ଟେଡ) ଫ୍ଲୁଡ୍ ସମ୍ପର୍କରେ ଆସିବାରେ ହୋଇଥାଏ । ସେହିପରି ହେପାଟାଇଟସ୍ ଏ ଓ ଇ ଦୂଷିତ ଖାଦ୍ୟ-ପାନୀୟ ନେବା କାରଣରୁ ହୋଇଥାଏ ।ଏହି ଘାତକ ରୋଗ ବହୁତ ଜୋରରେ କୌଣସି ବ୍ୟକ୍ତିଙ୍କ ଠାରେ ସଂକ୍ରମିତ ହୋଇପାରେ । ଏହା ଆପଣଙ୍କ ଲିଭର ବି ନଷ୍ଟ କରିପାରେ । ତେଣୁ ହେପାଟାଇଟସ୍ ରୋଗୀ ନିଜର ଖାଦ୍ୟ ପାନୀୟ ଉପରେ ନଜର ଦେବା ଉଚିତ୍ । ଆସନ୍ତୁ ଜାଣିବା ହେପାଟାଇଟସ୍ ରୋଗୀ କେଉଁ ଖାଦ୍ୟ ଖାଇବା ଉଚିତ ଓ କ’ଣ ଖାଇବା ଉଚିତ ନୁହେଁ ।
ଡାଲି ଜାତୀୟ ଖାଦ୍ୟ : ହେପାଟାଇଟସ୍ ରୋଗୀମାନେ ଡାଲି ଜାତୀୟ ଖାଦ୍ୟ ଖାଇବା ଉଚିତ ନୁହେଁ । ଆପଣ ଓଟ୍ସ ର ବ୍ରେଡ୍, ଦଲିଆ, ବ୍ରାଉନ ରାଇସ ଓ ଖିଚିଡି ଖାଇବା ଉଚିତ୍ ।
ଫଳ ଓ ପରିବା : ଲିଭର ଡିଜିଜକୁ କଣ୍ଟ୍ରୋଲ ରଖିବା ପାଇଁ ଭୋଜନରେ ଫଳ ଓ ପରିବା ନିୟମିତ ବ୍ୟବହାର କରନ୍ତୁ । ପୋଷକ ତତ୍ତ୍ୱରେ ଭରପୁର ଶାଗ ସବଜୀ ଓ ଫଳ ସହଜରେ ହଜମ ହୋଇଥାଏ । ଏଥିରେ ଥିବା ଏଣ୍ଟି ଅକ୍ସିଡାଣ୍ଟ ଲିଭର ସେଲ୍କୁ ଡ୍ୟାମେଜ ହେବାରୁ ରକ୍ଷା କରିଥାଏ ।
ଅଧିକ ଷ୍ଟାର୍ଚ ଓ ପ୍ରୋଟିନ ନେବା ଜରୁରୀ : ହେପାଟାଇଟସ୍ ରୋଗୀ ବିଶେଷ କରି ଷ୍ଟାର୍ଚ ଓ ପ୍ରୋଟିନ ନେବା ଜରୁରୀ । ପ୍ରୋଟିନ ବିଶେଷ ଭାବେ ଖିର ନେବା ଜରୁରୀ । ଏହାଛଡ଼ା ଚିକେନ, ଅଣ୍ଡା ମଧ୍ୟ ନେଇ ପାରିବେ ।
କ’ଣ ଖାଇବେ ନାହିଁ : ହେପାଟାଇଟସ୍ ରୋଗୀ ଭୂଲରେ ବି ପ୍ରୋସେସ ଫୁଡ଼, ପ୍ରୋସେସ ମିଟ, ଛେନା, େକେନ୍ ସୁପ ଖାଇବା ଉଚିତ ନୁହେଁ ।